Spread the love

ଭୁବନେଶ୍ୱର
ବିପଜ୍ଜନକ କରୋନା ଭାଇରସର କାୟା ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି । ଆଜି ପୁଣି ୯୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଗଞ୍ଜାମ, ଯାଜପୁର, କଟକ, ଜଗତସିଂହପୁରରୁ ୬ ଜଣ ଲେଖାଏଁ,ବାଲେଶ୍ୱର ,ଦେଓଗଡ, ନୂଆପଡାରୁ ୪ ଜଣ ଲେଖାଏଁ, ଖୋର୍ଧାରୁ ୯, ଭଦ୍ରକ,ବଲାଙ୍ଗୀର ଏବଂ ସୁନ୍ଦରଗଡରୁ ୭ ଜଣ ଲେଖାଏଁ,ପୁରୀ,ନୟାଗଡ,କେନ୍ଦୁଝରରୁ ଜଣେ ଲେଖାଏଁ,କେନ୍ଦ୍ରାପଡା ଓ ଗଜପତି ପ୍ରତ୍ୟେକୁ ୧୦ ଜଣ ,କଳାହାଣ୍ଡିରୁ ୫ ଏବଂ ଢେଙ୍କାନାଳରୁ ୨ ଜଣ ସାମିଲ ଅଛନ୍ତି । ଏମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ କରାଯାଇଛି । ଏହି ନୂଆ ମାମଲା ସହିତ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୮୧୯ରେ ପହଞ୍ଚିଛି ।ଏବେ ୮୩୩ଟି ମାମଲା ସକ୍ରିୟ ଥିବାବେଳେ ୯୭୭ ଜଣ ସୁସ୍ଥ ହୋଇ ଫେରିଛନ୍ତି । ତେବେ ୭ ଜଣ ଏଥିରେ ମୃତ୍ୟୁବରଣ କରିଛନ୍ତି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here