Spread the love

ଗୁଣପୁର
ରାଜ୍ୟରେ ନିଶା କରାବାର ଦିନକୁ ଦିନ ବଢିବାର ଲାଗିଛି ପଛେ କମିବାର ନାଁ ଧରୁନି । ଲକଡାଉନ ଚାଲିଥିଲେ ମଧ୍ୟ ଏହାର ଚୋରାଚାଲାଣ ବଢି ଚାଲିଛି । ଏପରି ଏକ ଗଞ୍ଜେଇ ଚାଲାଣ ଯୋଜନାକୁ ରାୟଗଡ ଜିଲ୍ଲା ଗୁଡାରୀ ପୋଲିସ ପଣ୍ଡ କରିଦେଇଛି । ଛତିଶଗଡକୁ ଚାଲାଣ ହେଉଥିବା ସମୟରେ ଏକ କୋଟି ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ୯ ବାଇକ ଜବତ କରିଛି । ରାୟଗଡା ଏସପି ଡ ଶର୍ବଣା ବିବେକ ଗୁଣପୁର ଥାନାରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇ କହିଛନ୍ତି ଯେ ଗୁଡାରୀ ଥାନା ଅନ୍ତର୍ଗତ ଖଇରାଗୁଡା ଗ୍ରାମ ନିକଟରେ ୧୩ଟି ପ୍ୟାକେଟ କରାଯାଇ ୧ ଟନ ୧୭୦ କଲୋଗ୍ରାମ ଗଞ୍ଜେଇକୁ ଛତିଶଗଡ ଚାଲାଣ କରିବାକୁ ଯୋଜନା କରାଯାଉଥିଲା । ପରେ ଗୁଡାରୀ ପୋଲିସ ଏହି ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କୁ ଗିରଫ କରିବା ସହିତ ୯ ବାଇକ ଜବତ କରିଥିଲା । ତେବେ ଘଟଣାସ୍ଥଳରୁ ୧୧ ଜଣ ଖସିଯିବାରେ ସକ୍ଷମ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here