Spread the love

ଭୁବନେଶ୍ୱର: ଆସନ୍ତା ୨୦ରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ ବୋଲି ଶନିବାର ଘୋଷଣା କରାଯାଇଛି । ଜୁଲାଇରେ ଫଳ ବାହାରିବ ବୋଲି ମଧ୍ୟ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି । ଶନିବାର ଏଥିପାଇଁ ରାଜଧାନୀରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କୋଭିଡ଼-୧୯ ପାଇଁ ଜାରି ହୋଇଥିବା ଗାଇଡ଼ଲାଇନ ଅନୁସାରେ ପରୀକ୍ଷା ଖାତା ମୂଲ୍ୟାୟନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ୬୦ଟି କେନ୍ଦ୍ର ମୂଲ୍ୟାୟନ ହେବ । ଏଥିପାଇଁ ମଇ ୧୯ରେ କେନ୍ଦ୍ର ଅଧିକ୍ଷକମାନେ କେନ୍ଦ୍ରରେ ପହଞ୍ଚିବେ । ମୂଲ୍ୟାୟନ ବେଳେ ସାମାଜିକ ଦୁରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରାଯିବା ସହ ପରିମଳ ପ୍ରତି ବିଶେଷ ଦୃଷ୍ଟି ଦିଆଯିବ । କଣ୍ଟେନମେଣ୍ଟ ଜୋନରେ ମୂଲ୍ୟାୟନ ସମ୍ପର୍କରେ ଜିଲ୍ଲାପାଳ ମାନେ ସ୍ଥିତିର ସମୀକ୍ଷା କରି ଯାହାକିଛି ନିଷ୍ପତ୍ତି ନେବେ । ଯେଉଁ ଶିକ୍ଷକମାନେ ମୂଲ୍ୟାୟନରେ ନିୟୋଜିତ ହେବେ ସେମାନଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ଦିଆଯିବ । ଚଳିତ ବର୍ଷ ରାଜ୍ୟରେ ୧୯ ଫେବ୍ରୁଆରୀରୁ ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମାର୍ଚ୍ଚ ୧୮ ତାରିଖରେ ଖାତା ଦେଖା ଆରମ୍ଭ ହୋଇଥିଲା। ୧୮ ଓ ୧୯ ଦୁଇଦିନ ଧରି ଖାତା ଦେଖା ହେବା ପରେ କରୋନା ଲାଗି ମୂଲ୍ୟାୟନକୁ ସ୍ଥଗିତ ରଖାଯାଇଥିଲା। ଏବର୍ଷ ସାଢେ଼ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here