Spread the love

ଭୁବନେଶ୍ୱର: ୨୦ ତାରିଖରେ ସାମୁଦ୍ରିକ ବାତ୍ୟା ପଶ୍ଚିମବଙ୍ଗ-ଓଡ଼ିଶା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୬୦ କିଲୋମିଟର ରହିପାରେ । ତେବେ ୨୦୧୯ରେ ହୋଇଥିବା ‘ଫନୀ’ଠାରୁ ଏହା ଦୁର୍ବଳ ରହିବ ବୋଲି ଆକଳନ କରାଯାଇଛି । ଓଡ଼ିଶାରେ ବାତ୍ୟା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ୪ଟି ସର୍ବାଧିକ ପ୍ରଭାବିତ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରପଡ଼ାକୁ ଓଡ୍ରାଫ ଓ ଏନଡିଆରଏଫ ଟିମ ପଠାଯାଇଛି । ଏବେ ରାଜ୍ୟରେ ଓଡ୍ରାଫର ୨୦, ଏନଡିଆରଏଫର ୧୮ ଓ ରାଜ୍ୟ ଅଗ୍ନିଶମ ବାହିନୀର ୩୩୫ ଟିମ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ କରାଯାଇଛି । ମୁଣ୍ଡଳିସ୍ଥିତ ଏନଡ଼ିଆରଏଫ ୩ଟି ଟିମ ୩ ଜ଼ିଲ୍ଲାକୁ ଯାଇଥିଲା ବେଳେ ବାଲେଶ୍ୱରରେ ପୂର୍ବରୁ ଗୋଟିଏ ଟିମ ମୁତୟନ ଅଛି । ପ୍ରତି ଟିମରେ ୨୧ଜଣ ସଦସ୍ୟ ଅଛନ୍ତି । ପ୍ରଥମଥର ପାଇଁ ଏହି ଟିମ ପିପିଇ କିଟ ବ୍ୟବହାର କରିବେ । ରାଜ୍ୟରେ କୋଭିଡ଼-୧୯ ପାଇଁ ବିଭିନ୍ନ ପ୍ରକାରର କଟକଣା ଲାଗୁ ହୋଇଥିବାରୁ କଟକରେ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସାହି ମୁରବୀଙ୍କ ସହଯୋଗ ଲୋଡ଼ାଯାଇଛି । କୋଭିଡ଼ ଡାକ୍ତରଖାନା ଓ ପାନୀୟ ଜଳ ଯୋଗାଣ ଉତ୍ସ ଗୁଡ଼ିକୁ ୨୪ ଘଣ୍ଟିଆ ବିଦୁ୍ୟତ ଯୋଗାଣ ପାଇଁ ଉଦ୍ୟମ ଚାଲିଛି ବୋଲି ସ୍ୱତନ୍ତ୍ର ରିଲିଫ କମଶନର ପ୍ରଦୀପ ଜେନା କହିଛନ୍ତି ।

LEAVE A REPLY

Please enter your comment!
Please enter your name here