Spread the love

ଟୋକିଓ: କରୋନା ମହାମାରୀ ପାଇଁ ଚଳିତ ବର୍ଷ ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସ କ୍ରୀଡ଼ାକୁ ୨୦୨୧ ଜୁଲାଇ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ତେବେ ଯଦି ପରିବର୍ତ୍ତିତ କାର୍ଯ୍ୟକ୍ରମ ଅନୁସାରେ ଅଲିମ୍ପିକ କ୍ରୀଡ଼ା ଅନୁଷ୍ଠିତ ନହୁଏ ତେବେ ଏହାକୁ ସମ୍ପୂର୍ଣ୍ଣ ବାତିଲ କରାଯିବ ବୋଲି ଆୟୋଜନ କମିଟି ମୁଖ୍ୟ ୟୋସିରୋ ମୋରି କହିଛନ୍ତି । ଅନ୍ତର୍ଜାତୀୟ ଅଲିମ୍ପ୍ଖକ୍ସ କମିଟି ଓ ଜାପାନ ସରକାର କରୋନା ପାଇଁ ଚଳିତ ବର୍ଷର କ୍ରୀଡ଼ାକୁ ସ୍ଥଗିତ ରଖିଥିଲେ । ଏବେବି କରୋନା ବିଭିନ୍ନ ରାଷ୍ଟ୍ରରେ ପ୍ରାଥମିକ ପର୍ଯ୍ୟାୟରେ ଅଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସମେତ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଥିଲା ବେଳେ ଏ ଯାବତ ଟୀକା ବାହାରି ପାରିନାହିଁ । କରୋନା ପାଇଁ ଟୀକା ପ୍ରସ୍ତୁତ ହେବା ପାଇଁ ସର୍ବନିମ୍ନ ବର୍ଷେରୁ ଦୁଇବର୍ଷ ସମୟ ଲାଗିବ ବୋଲି କୁହାଯାଉଛି । ଯଦି ଟୀକା ପ୍ରସ୍ତୁତ ହୋଇନପାରେ ତେବେ ଅଲିମ୍ପିକ କ୍ରୀଡ଼ା ୨୦୨୧ରେ ହେବା ଅସମ୍ଭବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here