Spread the love

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଏବେ ସିଭିୟର ସାକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି । ଏହା ୨୦ ତାରିଖ ଅପରାହ୍ନରେ ପଶ୍ଚିମବଙ୍ଗ-ବାଂଲାଦେଶର ସାଗର ଓ ହାଟିଆ ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏହାଯୋଗୁ ଓଡ଼ିଶାରେ ୧୮ରୁ ବର୍ଷା ଆରମ୍ଭ ହେବ । ବାତ୍ୟା ଓଡ଼ିଶା ଛୁଇଁ ଗତି କଲା ବେଳେ ଅତି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଥିବ । ସେଥିପାଇଁ ୨୦ରେ ରାଜ୍ୟର ୪ଟି ଜିଲ୍ଲା କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଓ ୧୮୦ରୁ ୨୦୦ କିଲୋମିଟର ବେଗରେ ପବନ ବୋହିପାରେ । ରାଜ୍ୟର ଅନ୍ୟ ୮ଟି ଜିଲ୍ଲା କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କେନ୍ଦୁଝର, ଯାଜପୁର, ମୟୁରଭଞ୍ଜ ଓ ଗଜପତି ଜିଲ୍ଲାରେ ମଧ୍ୟ ବର୍ଷା ହେବ । ବାତ୍ୟା ପାଇଁ ରାଜ୍ୟ ସରକାର ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି ପ୍ରକାଶ କରି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଛି । ତାହା ହେଲେ ଓଡ଼ିଶାରେ କେବଳ ପବନ ଓ ବର୍ଷାର ଭୟ ରହିବ । ମାତ୍ର ରାଜ୍ୟ ସରକାର କୌଣସି ରିସ୍କ ନନେଇ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ହୋଇ ରହିବାକୁ କୁହାଯାଇଛି । କରୋନା ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇ ରହିଛି । ବାତ୍ୟା ସମ୍ପର୍କରେ ଅଧିକ ସୁଚନା ଆସିଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସମ୍ପର୍କରେ ବିଚାର କରାଯିବ । ଦରକାର ହେଲେ ୧୧ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଆମେ ପ୍ରସ୍ତୁତ ବୋଲି ଶ୍ରୀ ଜେନା କହିଛନ୍ତି ।

LEAVE A REPLY

Please enter your comment!
Please enter your name here