Spread the love

ଭୁବନେଶ୍ୱର
ଆଜି ରାଜ୍ୟ ୨୧ଟି ଜିଲ୍ଲାରୁ ୧୩୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଧାର ଜିଲ୍ଲାର କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ ୬୩ ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୬ ଜଣଙ୍କୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଏବଂ ୬ ଜଣଙ୍କୁ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ କଟକରୁ ୨୩, ମୟୁରଭଞ୍ଚ ଏବଂ ଖୋର୍ଧାରୁ ୨୨ ଜଣ ଲେଖାଏଁ, ଗଞ୍ଜାମରୁ ୧୨, ସୁନ୍ଦରଗଡ ଏବଂ ଗଜପତିିରୁ ୭ ଜଣ ଲେଖାଏଁ, କରୋପୁଟର ୬,ବରଗଡ ଏବଂ ଭଦ୍ରକରୁ ୪ ଜଣ ଲେଖାଏଁ, ବଲାଙ୍ଗୀର, କନ୍ଧମାଳ, ଯାଜପରୁ ଏବଂ କଳାହାଣ୍ଡିରୁ ୩ ଜଣ ଲେଖାଏଁ, କେନ୍ଦ୍ରାପଡା, କେନ୍ଦୁଝର ଓ ଢେଙ୍କାନାଳରୁ୨ ଜଣ ଲେଖାଏଁ, ପୁରୀ, ରାୟଗଡା,ଜଗତସିଂହପୁର, ଅନୁଗୁଳ ଏବଂ ସୋନପୁରରୁୁ ଜଣେ ଲେଖାଏଁ ସାମିଲ ଅଛନ୍ତି । ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ରେ ପହଞ୍ଚିଛି । ଏବେ ସୁଦ୍ଧା ୧୧୧୭ଟି ମାମଲା ସକ୍ରିୟ ଥିବାବେଳେ ୧୪୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here