Spread the love

ନୂଆଦିଲ୍ଲୀ
ମହାମାରୀ କରୋନା ଭାଇରସ ଜନିତ ମୃତ୍ୟୁସଂଖ୍ୟାରେ ଭାରତ ଚୀନକୁ ଟପିଯାଇଛି । ଚୀନରେ ଏବେ ସୁଦ୍ଧା ୪,୬୩୪ ଜଣ ମୃତ୍ୟୁ ଏବଂ ୮୨,୯୯୫ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୫,୭୯୯ରେ ପହଞ୍ଚିଥିବାବେଳେ ୪,୭୦୬ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହିତ ଦେଶରେ ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍‌୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ସମୟରେ ୧୭୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୭,୪୬୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଏବେ ୮୯,୯୮୭ଟି ମାମଲା ସକ୍ରିୟ ଥିବାବେଳେ ୭୧,୧୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଏଥିରେ ଜଣେ ପ୍ରବାସୀ ସାମିଲ ଅଛନ୍ତି । ଏବେ ସୁଦ୍ଧା ୪୨.୮୯ ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି ବୋଲି ଜଣେ ସ୍ୱାସ୍ଥ୍‌୍ୟ ଅଧିକାରୀ କହିଛନ୍ତି । ଏହି ୧୭୫ ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରର ୮୫, ଗୁଜରାଟର ୨୨, ଉତ୍ତରପ୍ରଦେଶର ୧୫, ଦିଲ୍ଲୀର ୧୩, ତାମିଲନାଡୁର ୧୨, ମଧ୍ୟପ୍ରଦେଶର ୮,ରାଜସ୍ଥାନର ୭, ପଶ୍ଚିମବଙ୍ଗର ୬, ତେଲେଙ୍ଗାନାର ୪, ଜାମ୍ମୁକାଶ୍ମୀର, ଆନ୍ଧ୍ରପ୍ରଦେଶ ଏବଂ ହରିୟାନର ଜଣେ ଲେଖାଏଁ ସାମିଲ ଅଛନ୍ତି । ଏବେ ମୃତକ ସୂଚୀରେ ମହାରାଷ୍ଟ୍ର ଶୀର୍ଷରେ ଥିବାବେଳେ ତା ପଛକୁ ଗୁଜରାଟ, ମଧ୍ୟପ୍ରଦେଶ ଆଦି ରାଜ୍ୟ ରହିଛି । ଅପରପକ୍ଷେ ଶୁକ୍ରବାର ଅପରାହ୍ନ ସୁଧା ବିଶ୍ୱର ୫୯,୨୫,୨୬୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୩,୬୨, ୫୪୧ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୨୫,୯୩,୪୧୧ ଜଣ ସୁସ୍ଥ ହୋଇଥିବାବେଳେ ୫୩,୯୪୭ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

LEAVE A REPLY

Please enter your comment!
Please enter your name here