Spread the love

ନୂଆଦିଲ୍ଲୀ
ଏପ୍ରିଲ ପହିଲାରୁ ୨୧ ମେ ମଧ୍ୟରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ୧୬,୮୪,୨୯୮ ଜଣ କରଦାତାଙ୍କୁ ୨୬,୨୪୨ କୋଟି ଟଙ୍କାର ରିଫଣ୍ଡ ପ୍ରଦାନ କରିଛି । ଏହି ସମୟ ମଧ୍ୟରେ ୧୪,୬୩୨ କୋଟି ଟଙ୍କା ୧୫,୮୧,୯୦୬ ଜଣ କରଦାତାଙ୍କୁ ଆୟକର ରିଫଣ୍ଡ ପ୍ରଦାନ କରାଯାଇଥିବା ବେଳେ ୧,୦୨,୩୯୨ ଜଣ କରଦାତାଙ୍କୁ ୧୧,୬୧୦ କୋଟି ଟଙ୍କାର ବାଣିଜ୍ୟିକ କର ରିଫଣ୍ଡ ଆକାରରେ ପ୍ରଦାନ କରାଯାଇଛି ।କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଦ୍ଵାରା ଆତ୍ମନିର୍ଭର ଭାରତ ଅଭିଯାନ ଯୋଜନା ଘୋଷଣା ପରେ ଏହି ରିଫଣ୍ଡ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଇଛି । ସିବିଡିଟି ୧୬ ମେ ସୁଦ୍ଧା ୨୦୫୦.୬୧ କୋଟି ଟଙ୍କା ୩୭,୫୩୧ଜଣ ଆୟକର ଦାତାଙ୍କୁ ରିଫଣ୍ଡ କରିଥିବା ବେଳେ ୨,୮୭୮ଜଣ ବାଣିଜ୍ୟିକ କରଦାତାଙ୍କୁ ୮୬୭.୬୨ କୋଟି ଟଙ୍କା ରିଫଣ୍ଡ କରିଛି । ମେ’ ୧୭ ରୁ ୨୧ ମଧ୍ୟରେ ୧,୨୨,୭୬୪ ଜଣ ଆୟକର ଦାତାଙ୍କୁ ୨୬୭୨.୯୭ କୋଟି ଟଙ୍କା ଏବଂ ୩୩,୭୭୪ ବାଣିଜ୍ୟିକ କରଦାତାଙ୍କୁ ୬୭୧୪.୩୪ କୋଟି ଟଙ୍କା ରିଫଣ୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here