Spread the love

କଟକ
କଟକ ପୀରବଜାର ଅଞ୍ଚଳରେ ଚଢଉକରି ୨୭୫ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଏହାର ଆନୂମାନିକ ମୂଲ୍ୟ ପ୍ରାୟ ୨୮ ଲକ୍ଷ ଟଙ୍କା ହେବ । ସୂଚନା ଅନୁଯାୟୀ ବାଇକରେ ବ୍ରାଉନସୁଗାର ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ଏହି ଚଢଉ କରିଥିଲା । ଗିରଫ ବ୍ୟକ୍ତି ଜଣଙ୍କ କଟକ ଜିଲ୍ଲା ପଦ୍ମପୁରର କର୍ଣଚନ୍ଦ୍ର ଦାସ । ସେ ଜଳେଶ୍ୱର,ବାଲେଶ୍ୱରରୁ ବ୍ରାଉନସୁଗାର ସଂଗ୍ରହ କରି ବିକ୍ରି କରିଥାନ୍ତା । ଏବେ ପୋଲିସ କର୍ଣଚନ୍ଦ୍ରକୁ ଗିରଫ କରିବା ସହିତ ତାହାର ବାଇକକୁ ମଧ୍ୟ ଜବତ କରିଛି ।

LEAVE A REPLY

Please enter your comment!
Please enter your name here