Spread the love

ୱାଶିଂଟନ: ନାସାର ବୈଜ୍ଞାନିକମାନେ ପୃଥିବୀ ଆଡ଼କୁ ମାଡ଼ିଆସୁଥିବା ଏକ ଧୁମକେତୁକୁ ନେଇ ନାନା ସନେ୍ଦହ ପ୍ରକାଶ କରିଛନ୍ତି । କେତେକ ସାମାଜିକ ଗଣମାଧ୍ୟମରେ ଚଳିତ ମାସ ୨୯ ତାରିଖରେ ପୃଥିବୀ ଏହି ଧୁମକେତୁ ସହ ଧକ୍କା ହେବା ପରେ ଧ୍ୱସଂ ହେବାର ଖବର ପ୍ରଚାର ହେବା ପରେ ନାସା ଏ ନେଇ ମୁହଁ ଖୋଲିଛି । ଏହି ଧୁମକେତୁକୁ୧୯୯୮ରେ ପ୍ରଥମେ ନାସା ପକ୍ଷରୁ ଠାବ କରାଯାଇଥିଲା । ଧୁମକେତୁ ଆକାରରେ ପୃଥିବୀର ଅଧା । ଏହା ଘଣ୍ଟାକୁ ୩୧ ହଜାର କିଲୋମିଟର ବେଗରେ ଗତି କରୁଛି । ଏହା ପୃଥିବୀଠାରୁ ୪୧ ଲକ୍ଷ କିଲୋମିଟର ଦୂରରେ ରହିଥିବା ବେଳେ ଏହା ଆସନ୍ତା ୨୯ ତାରିଖରେ ପୃଥିବୀ ପାଖାପାଖି ହେବ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି । ଏହି ଧୁମକେତୁ ଉପରେ ନାସା କଡ଼ା ନଜର ରଖିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here