Spread the love

କଟକ: ଜଣେ ନୁହଁ ଦୁଇଜଣ ନୁହଁ ପାଖାପାଖି ୨୯୦୦ ପ୍ରବାସୀ ଓଡ଼ିଆ ଲୁଚାଛପାରେ ଓଡ଼ିଶା ମଧ୍ୟକୁ ପ୍ରବେଶ କରିଛନ୍ତି । ଏବେ ପଶ୍ଚିମବଙ୍ଗ ଫେରନ୍ତା ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟାର ଅଧା ହୋଇଥିବା ସରକାରଙ୍କ ନିଦ ହଜାଇ ଦେଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏକ ଭିଡ଼ିଓ ବାର୍ତ୍ତାରେ ସ୍ୱତନ୍ତ୍ର ଭାବେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ ଦୃଷ୍ଟି ରଖିବାକୁ ନିବେଦନ କରିଛନ୍ତି । ଏଥିପାଇଁ ଏବେ ମୋବାଇଲ ସେବା ପ୍ରଦାନକାରୀଙ୍କ ସହାୟତା ନେଉଛନ୍ତି ସରକାର । ଏବେ ସରକାରୀ ସଂସ୍ଥା ଭାରତ ସଞ୍ଚାର ନିଗମ (ବିଏସଏନଏଲ) ଦ୍ୱାରା ଏହି ପଶ୍ଚିମବଙ୍ଗ ଫେରନ୍ତାଙ୍କ ମୋବାଇଲ ଟ୍ରାକିଂ କରି ସେମାନଙ୍କ ଲୋକେସନ ଜାଣିବାକୁ ଉଦ୍ୟମ ଆରମ୍ଭ ହୋଇଛି ।
ପଶ୍ଚିମବଙ୍ଗରେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, କଟକ ଇତ୍ୟାଦି ଜିଲ୍ଲାର ଲକ୍ଷାଧିକ ଲୋକ ବିଭିନ୍ନ କର୍ମରେ ନିୟୋଜିତ ହୋଇ ପରିବାର ପୋଷୁଛନ୍ତି । କରୋନା ପାଇଁ ମାର୍ଚ୍ଚ ୨୫ରୁ ଜାତୀୟ ଲକଡାଉନ ଲାଗୁ ହେବା ପରେ ଏମାନେ ବିଭିନ୍ନ ଗଳାବାଟ ଦେଇ ଓଡ଼ିଶାରେ ପ୍ରବେଶ କରିଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ କହିଛନ୍ତି ଏବେ ରାଜ୍ୟରେ ମୋଟ ୧୨୨ଜଣ କରୋନାରେ ଆକ୍ରାନ୍ତ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗ ଫେରନ୍ତା ହେଉଛନ୍ତି ୫୦ । ଏଥିପାଇଁ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଦ୍ୱାରା ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବିପଦ ପାଇଁ ଏହି ୨୯୦୦ଙ୍କୁ ଖୋଜିବା ଉଦ୍ୟମ ଆରମ୍ଭ ହୋଇଛି । ଏହା ଏକ ଜଟିଳ ପ୍ରକ୍ରିୟା ହୋଇଥିଲେ ମଧ୍ୟ ରାଜ୍ୟର ମଙ୍ଗଳ ପାଇଁ ଏହା କରାଯାଉଛି । ଏଥିପାଇଁ ଯେଉଁମାନେ ଓଡ଼ିଶା ସର୍କଲରୁ ବିଏସଏନଏଲ ସିମ ନେଇଛନ୍ତି ସେମାନଙ୍କ ତାଙ୍କର ତାଲିକା ପ୍ରସ୍ତୁତ କରାଯାଇଛି । ଏହି ତାଲିକାରୁ କେଉଁମାନେ ପଶ୍ଚିମବଙ୍ଗ ଯାଇଛନ୍ତି ତାହା ଜାତୀୟ ରୋମିଂ ନେଟୱର୍କରୁ ଚିହ୍ନଟ କରାଯିବ । ଏହାପରେ ଚିହ୍ନଟ ନମ୍ବର ଓଡ଼ିଶାର କେଉଁ ସ୍ଥାନରେ ଅଛି ତାହାକୁ ଟ୍ରାକିଂ କରାଯିବ । ପଶ୍ଚିମବଙ୍ଗ ଫେରନ୍ତା ମାନେ ସରକାରଙ୍କ ଅନୁରୋଧ ରକ୍ଷା କରି ସ୍ୱେଚ୍ଛାକୃତ ଭାବେ ନାମ ପଞ୍ଜôକରଣ କରୁନଥିବାରୁ ଏପରି ଟ୍ରାକିଂ କରାଯାଉଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here