Spread the love

ବାଲେଶ୍ୱର
ବାଲେଶ୍ୱର କୋଭିଡ ହସ୍ପିଟାଲରେ କାର୍ଯ୍ୟ କରୁଥିବା ୨ ଜଣ ନର୍ସ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି । ସେମାନେ ଏବେ ଚିକିତ୍ସାଧାନ ଅଛନ୍ତି ଏବଂ ଅନ୍ୟ କର୍ମଚାରୀ ପର୍ଯ୍ୟାୟକ୍ରମେ କ୍ୱାରେଣ୍ଟାଇନରେ ରହୁଛନ୍ତି । ଅପରପକ୍ଷେ ବାଲେଶ୍ୱର କୋଭିଡ ହସ୍ପିଟାଲରେ କାର୍ଯ୍ୟ କରୁଥିବା ୩୫ ନର୍ସ ବିଭିନ୍ନ ଦାବି ନେଇ ହସ୍ପିଟାଲ ଫାଟକ ନିକଟରେ ଧାରଣା ଦେଇଛନ୍ତି । ସେମାନେ ସମସ୍ତ ନର୍ସଙ୍କ ସ୍ୱାବ ଟେଷ୍ଟ ଏବଂ ସେମାନଙ୍କୁ ସରକାରୀ ହିସାବରେ ଦରମା ଦେବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here