Spread the love

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ତବ୍ଲିଘ୍ ଜମାତର ମୌଲାନା ସାଦ୍ଙ୍କ ସମ୍ପତିର ମୂଲ୍ୟ ୨ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ପ୍ରାଥମିକ ଅଟକଳରୁ ଜାଣିବାକୁ ପାଇଛି । ମୁଜାଫରପୁରରେ ଜନ୍ମଗ୍ରହଣ କରିଥିବା ମୌଲାନା ସାଦଙ୍କର ସମଗ୍ର ବିଶ୍ୱରେ ୧ଶହ କୋଟିରୁ ଅଧିକ ସଂଖ୍ୟାଲଘୁ ସଂପ୍ରଦାୟ ଅନୁଗାମୀ ରହିଛନ୍ତି । ସାଦଙ୍କର ନୂଆଦିଲ୍ଲୀରେ ୨ଟି ବଙ୍ଗଳା ରହିଛି । ଗୋଟିଏ ନିଜାମୁଦ୍ଦିନରେ ରହିଥିବା ବେଳେ ଅନ୍ୟଟି ଜାକିରନଗରରେ ରହିଛି । ସେହିଭଳି ୟୁ.ପିର ସାମିଲିଠାରେ ଗୋଟିଏ ବିରାଟ ଫାର୍ମ ହାଉସ ରହିଛି । ଦିଲ୍ଲୀ କ୍ରାଇମବ୍ରାଞ୍ଚ ପକ୍ଷରୁ ଶନିବାରଠାରୁ ବିଭିନ୍ନ ସ୍ଥାନରେ ସାଦ୍ଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି । ତେବେ ରବିବାର ତାଙ୍କ ପୁଅ ଏକ ଚିଠି ସାଦଙ୍କ ପକ୍ଷରୁ କ୍ରାଇମବ୍ରାଞ୍ଚ କୁ ପ୍ରଦାନ କରିଛନ୍ତି । କୋଭିଡ଼-୧୯ ବ୍ୟାପିବା ଏକ ସଂଯୋଗ ବୋଲି ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି । ସଂପ୍ରତି ସେ ସଂଗରୋଧରେ ରହିଛନ୍ତି ଓ ଏହି ଅବଧି ଶେଷ ପରେ ସେ ପୋଲିସରେ ହାଜର ହେବେ ବୋଲି କହିଛନ୍ତି । ତେବେ ଦିଲ୍ଲୀ ପୁଲିସ ପକ୍ଷରୁ ତାଙ୍କୁ ଗିରଫ କରାଯିବାର କିଛି ଯୋଜନା ନାହିଁ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ ଦେଶର ହଜାର ହଜାର ସଂଖ୍ୟାଲଘୁ ସଂପ୍ରଦାୟର ଲୋକ ସାଦଙ୍କ ଦ୍ୱାରା କରାଯାଇଥିବା ଧର୍ମ ସମ୍ମିଳନୀରେ ଗତମାସ ଯୋଗ ଦେଇଥିଲେ । ଏଥିସହ ୧୪ ଦେଶରୁ ଆସିଥିବା ଅନ୍ୟ ସମର୍ଥକମାନେ ମଧ୍ୟ ଏଥିରେ ଯୋଗଦେଇଥିଲେ ।ଏଠାରେ କୋଭିଡ଼-୧୯ ଭାରତରେ ସହଜରେ ବ୍ୟାପିଥିବା ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଦେଶ ଓ ଦେଶର କେତେ ଲୋକ ଏଥିରେ ଯୋଗଦେଇଥିଲେ ସେନେଇ କୌଣସି ସଠିକ୍ ତଥ୍ୟ ତଗଲିକ୍ ପକ୍ଷରୁ ଏଯାଏଁ ସରକାରଙ୍କୁ ପ୍ରଦାନ କରାଯାଇ ନାହିଁ । ଫଳରେ କୋଟି କୋଟି ଜନତାଙ୍କ ଜୀବନ ବିପଦପୂର୍ଣ୍ଣ ହୋଇ ପଡ଼ିଛି ।

LEAVE A REPLY

Please enter your comment!
Please enter your name here