Spread the love

ୱାଶିଂଟନ୍: ବିଶ୍ୱରେ ଦେଖାଦେଇଥିବା କରୋନା ମହାମାରୀ ରୋକିବାର କୌଣସି ସମ୍ଭାବନା ଦେଖାଯାଉନାହିଁ । ରବିବାର ସନ୍ଧ୍ୟା ସୁଦ୍ଧା ବିଶ୍ୱରେ ମୋଟ ୨,୦୩,୪୧୨ ଜଣଙ୍କର କରୋନାରେ ମୃତୁ୍ୟ ଘଟିଛି । ୨୯ଲକ୍ଷ ୧୧ହଜାର ୨୦୯ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।
ଆମେରିକାରେ ୯ଲକ୍ଷ ୩୯ହଜାର ୨୪୯ ଲୋକ କରୋନାରେ ଆକ୍ରାନ୍ତ ହୋଇଥିଲା ବେଳେ ୫୩ହଜାର ୯୩୪ ଜଣଙ୍କର ମୃତୁ୍ୟ ହୋଇଛି । ସ୍ପେନରେ ୨ଲକ୍ଷ ୨୩ହଜାର ୭୫୯ଜଣ ଆକ୍ରାନ୍ତ ହୋଇଥିଲା ବେଳେ୨୨ହଜାର ୯୦୨ଜଣଙ୍କର ମୃତୁ୍ୟ ହୋଇଛି । ଇଟାଲୀରେ୧ଲକ୍ଷ ୯୫ହଜାର ୩୫୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୬ହଜାର ୩୮୪ଜଣଙ୍କର ମୃତୁ୍ୟ ହୋଇଛି । ଫ୍ରାନ୍ସରେ ୧ଲକ୍ଷ ୬୧ହଜାର ୬୪୪ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୨ହଜାର ୬୧୪, ଜର୍ମାନୀରେ୧ଲକ୍ଷ ୫୬ହଜାର ୫୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ହଜାର ୮୭୭, ଇଂଲଣ୍ଡରେ୧ଲକ୍ଷ ୪୯ହଜାର ୫୬୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୦ହଜାର ୩୧୯, ତୁର୍କୀରେ୧ଲକ୍ଷ ୦୭ହଜାର ୭୭୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ହଜାର ୭୦୬, ଇରାନରେ ୯୦ହଜାର ୪୮୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ହଜାର ୭୧୦ଜଣଙ୍କର ମୃତୁ୍ୟ ହୋଇଛି ।

LEAVE A REPLY

Please enter your comment!
Please enter your name here