Spread the love

ନୂଆଦିଲ୍ଲୀ
କରୋନା ଭାଇରସ ସଂକ୍ରମଣକୁ ରୋକିବା ଲାଗି ଏବେ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଜାରି ରହିଛି । ଏହାର ଅବଧି ଆସନ୍ତା ୩୧ରେ ଶେଷ ହେଉଛି । ଏହା ପରେ କେନ୍ଦ୍ର ସରକାର ଲକଡାଉନ ପ୍ରତ୍ୟାହର କରିପାରନ୍ତି ବୋଲି ଆଶଙ୍କା କରାଯାଉଛି । କେନ୍ଦ୍ର ଏହା ପରର କଟକଣା ସମ୍ବନ୍ଧୀୟ ନିଷ୍ପତ୍ତି ରାଜ୍ୟଗୁଡିକ ଉପରେ ନ୍ୟସ୍ତ କରିପାରନ୍ତି । ତେବେ ଏହି ସମୟରେ ଅନ୍ତର୍ଜାତୀୟ ଉଡାଣ ଏବଂ ସ୍କୁଲ, କଲେଜ ବନ୍ଦ ରହିବ ବୋଲି କୁହାଯାଉଛି । ସୂଚନା ଅନୁଯାୟୀ ସ୍ଥିତିକୁ ଦେଖି କେନ୍ଦ୍ର ସବୁଦିନ ଲକଡାଉନର ସମୀକ୍ଷା କରୁଛି । ତେବେ କେନ୍ଦ୍ର ଲକଡାଉନକୁ ପ୍ରତ୍ୟାହାର କରି ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ଆଦି କଟକଣା ବଳବତ୍ତର ରଖିବାକୁ ଚିନ୍ତା କରୁଛି । ଅନ୍ୟ ସବୁ ପ୍ରସଙ୍ଗ ଉପରେ ରାଜ୍ୟଗୁଡକ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here