Spread the love

ପୁଲବାମା
ଜାମ୍ମୁକାଶ୍ମୀର ପୁଲବାମାର କଙ୍ଗନ ଏରିଆରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ବୁଧବାର ୩ ଆତଙ୍କବାଦୀ ନିପାତ ହୋଇଛନ୍ତି । ଜାମ୍ମୁକାଶ୍ମୀର ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆତଙ୍କୀଙ୍କ ଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏରିଆରେ ମୋବାଇଲ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି ଏବଂ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଏହା ପୂର୍ବରୁ ମଙ୍ଗଳବାର ସକାଳେ ତ୍ରାଲ ଏରିଆର ଜୈସ-ଇ-ମହମ୍ମଦର ୨ ଆତଙ୍କବାଦୀ ସୁରକ୍ଷାବାହିନୀର ଗୁଳିରେ ପ୍ରାଣ ହରାଇଥିଲେ । ସେମାନଙ୍କ ଠାରୁ ୨ଟି ପିସ୍ତଲ ଏବଂ ପ୍ରବଳ ଗୁଳିଗୋଳା ଜବତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here