Spread the love

ଭଦ୍ରକ/ବାଲେଶ୍ବର/ଯାଜପୁର: ଆଜି ସକାଳ ୧୦ଟାଠାରୁ ଭଦ୍ରକ, ବାଲେଶ୍ବର ଓ ଯାଜପୁର ଜିଲ୍ଲାରୁ ୬୦ଘଣ୍ଟିଆ ସଟ୍ଡାଉନ୍ ଉଠିଯାଇଛି। ଭଦ୍ରକ ଜିଲ୍ଲାରେ ଥିବା ୧୮ଟି କଣ୍ଟେନମେଣ୍ଟ ଜୋନରେ ଏହା ବଳବତ୍ତର ରହିଛି। ଭଦ୍ରକ ଜିଲ୍ଲାରେ ୧୬ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲାବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏଠାରେ ସକାଳ ୬ଟା ରୁ ଦିନ ଗୋଟାଏ ଯାଏଁ ଦୋକାନ ଖୋଲା ରହିବ । ବାଲେଶ୍ବର ବାଲେଶ୍ୱର ସହର ନୀଳିଆବାଗ କଣ୍ଟେନମେଣ୍ଟ ଜୋନ ଅବଧି ଆହୁରି ୭ ଦିନ ବଢ଼ିଛି । କଣ୍ଟେନମେଣ୍ଟ ଜୋନ ଅବଧି ମେ’ମାସ ୨ ତାରିଖ ମଧ୍ୟରାତ୍ରି ପର୍ୟ୍ୟନ୍ତ ଜାରି ରହିବ । ଏହି ଅଞ୍ଚଳରେ ୮ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲେ । ଅପରପକ୍ଷରେ ଯାଜପୁର ଜିଲ୍ଲାର ସମସ୍ତ କଣ୍ଟେନମେଣ୍ଟ ଜୋନରେ ସଟଡାଉନ୍ ବଳବତ୍ତର ରହିଛି। ଯାଜପୁରରେ ୨ଟି ପର୍ୟ୍ୟାୟରେ ଦୋକାନ ଖୋଲିବ । ସକାଳ ୬ଟାରୁ ଦିନ ୧୦ ଟା ଓ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୭ଟା ଦୋକାନ ଖୋଲିବ ବୋଲି ଜଣାଯାଇଛି।

LEAVE A REPLY

Please enter your comment!
Please enter your name here