Spread the love

ଭୁବନେଶ୍ୱର: ୩୫ ଦିନିଆ ଜାତୀୟ ଲକଡାଉନ ଶେଷ ହେବାକୁ ଆଉ ମାତ୍ର ୪ ଦିନ ବାକି ଥିଲା ବେଳେ ରାଜ୍ୟର ବାଲେଶ୍ୱର ସମେତ ଆଉ ୩ଟି ନୂଆ ଜିଲ୍ଲାରେ ୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି ପାଇଛି । ତେବେ ରାଜଧାନୀରେ ବୁଧବାର ଜଣେ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଝାରସୁଗୁଡା ,ଦେବଗଡ ଓ କେନ୍ଦୁଝରରେ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ପଶ୍ଚିମବଙ୍ଗରୁ ଫେରିଥିବା ଜଣାପଡ଼ିଛି । ବୁଧବାର ସକାଳେ ଭୁବନେଶ୍ୱରର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ୧୧୯ ନମ୍ବର ଆକ୍ରାନ୍ତ ମଧୁସୂଦନ ନଗର ଅଞ୍ଚଳର ତାଙ୍କ ବୟସ ୭୭ ବର୍ଷ । ସେ ୪୧ ନମ୍ବର ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ। ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ କରୋନା ୧୪ଟି ଜିଲ୍ଲାକୁ ବ୍ୟାପିଥିବା ବେଳେ ୮୩ ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି । ତିନି ନୂଆ ସଂକ୍ରମିତଙ୍କର ଇତିହାସ କଣ ରହିଛି , ସେ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ସେ ନେଇ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ଜଣେ ଯୁବତୀ ଅଛନ୍ତି । କେନ୍ଦୁଝରର ପାଞ୍ଚପଲ୍ଲୀରୁ ଚିହ୍ନଟ ହୋଇଥିବା ପୁରୁଷ ଆକ୍ରାନ୍ତଙ୍କ ବୟସ ୬୦ ବର୍ଷ । ଦେବଗଡ଼ ଵାସୁଦେବପୁରରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ପୁରୁଷ ହୋଇଥିବାବେଳେ ତାଙ୍କ ବୟସ ୩୪ ବର୍ଷ । ଝାରସୁଗୁଡା ବ୍ରଜରାଜନଗରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଜଣେ ୧୮ ବର୍ଷୀୟ ଯୁବତୀ । ଏମାନେ ସଙ୍ଗରୋଧରେ ଥିବାବେଳେ କାହା ପାଖରେ ଲକ୍ଷଣ ନଥିଲା । ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବୁଧବାର ସନ୍ଧ୍ୟାରେ ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ବାଲେଶ୍ୱର ଜିଲ୍ଲାର ଏବଂ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ଏବଂ ଜନସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୩ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଞ୍ଚôଥିବା ବେଳେ ୩୯ ଜଣ ସୁସ୍ଥ ହୋଇଛନ୍ତି । ସୂଚନା ଏବଂ ଜନସମ୍ପର୍କ ବିଭାଗର ଟୁଇଟ ଅନୁଯାୟୀ ଚିହ୍ନଟ ହୋଇଥିବା ୩ଜଣ କରୋନା ପଜିଟିଭ କୋଲକାତାରୁ ଫେରିଥିବା ବେଳେ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଥିଲା ଜ୍ଝ କରୋନା ଆକ୍ରାନ୍ତ ହୋଇଥିବା ନେଇ କୌଣସି ଲକ୍ଷଣ ନଥାଇ ମଧ୍ୟ ସ୍ୱାବ ନମୁନା ପରୀକ୍ଷା ପରେ ସେମାନେ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି ।

LEAVE A REPLY

Please enter your comment!
Please enter your name here