Spread the love

ଆଠଗଡ
କଟକ ଜିଲ୍ଲା ଆଠଗଡର ଝରଣ ଛକ ନିକଟରୁ ଏକ କାର ଭିତରୁ ପୋଲିସ ୪୦ ଲିଟର ଦେଶୀ ମଦ ଜବତ କରିଛି । ଏହି ମାମଲାରେ ଜଣକୁ ଅଟକ ରଖାଯାଇଛି । ସୂଚନା ଅନୁଯାୟୀ ପୋଲିସ ବୀରକିିଶୋରପୁର ଠାରେ ଥିବା ଚେକ ପୋଷ୍ଟରେ ଏକ ସନ୍ଦିଗ୍ଧ କାରକୁ ଅଟକାଇବାକୁ ଚେଷ୍ଟା କରିଥିଲା । ଏହି ସମୟରେ କାରଟି କନ୍ତୋଲ ଅଭିମୁଖେ ପଳାଇ ଯାଉଥିଲା । କିନ୍ତୁ ପୋଲିସ ତାହାକୁ ପିଛା କରି ଧରିଥିଲା । ପରେ ଏହି କାର ଭିତରେ ଦୁଇଟ ବ୍ଲାଡରରେ ଥିବା ୪୦ ଲିଟର ଦେଶୀ ମଦକୁ ପୋଲିସ ଜବତ କରି ଡ୍ରାଇଭର ଦିଲ୍ଲୀପ ରାଉଳକୁ ଅଟକ ରଖି ପଚରାଉଚୁରା କରୁଛି ।

LEAVE A REPLY

Please enter your comment!
Please enter your name here