Spread the love

ଭୁୁବନେଶ୍ୱର
ଓଡିଶାରେ ଗତ ସୋମାବର ସକାଳ ୯ଟାରୁ ମଙ୍ଗଳାବର ସକାଳ ୯ ସୁଦ୍ଧା ୪୬ ଲୋକ ବିପଜ୍ଜନକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୨ ଜଣଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରୁ, ୨ଜଣଙ୍କ କଣ୍ଟେନମେଣ୍ଟ ଜୋନରୁ ଏବଂ ଆଉ ୨ ଜଣଙ୍କୁ ଅନ୍ୟ ସ୍ଥାନରୁ ଚିହ୍ନଟ କରାଯାଇଛି । ଏହି ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ, କଟକ,ପୁରୀ,ମୟୁରଭଞ୍ଜରୁ ଜଣେ ଲେଖାଏଁ ସୁରତ ଫେରନ୍ତା, ବାଲେଶ୍ୱରରୁ ୧୫( ୧୩ ସୁରତ ଓ ଜଣେ ପଶ୍ଚିମବଙ୍ଗ ଫେରନ୍ତା), ଯାଜପୁରର ୪(୩ ପଶ୍ଚିମବଙ୍ଗ ଫେରନ୍ତା) ଏବଂ ରାଉରକେଲା କଣ୍ଟେନମେଣ୍ଟ ଜୋନର ଚିହ୍ନଟ ୨ ଜଣ ଲୋକ ସାମିଲ ଅଛନ୍ତି । ଏହା ସହିତ ସୁରତରୁ ଗଞ୍ଜାମ ଫେରିଥିବା ୨୧ ଜଣ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏବେ ସୁଦ୍ଧା ଗଞ୍ଜାମର ୧୫୭, ଯାଜପୁରର ୬୪, ବାଲେଶ୍ୱରର ୫୭, ଖୋର୍ଧାର ୫୦, ଭଦ୍ରକର ୩୧, ସୁନ୍ଦରଗଡର ୧୬, ଅନୁଗୁଳର ୧୫, ମୟୁରଭଞ୍ଜର ୯, କେନ୍ଦ୍ରାପଡାର ୯ , ଜଗତସିଂହପୁର ଓ ବୌଦ୍ଧର ୫ ଜଣ ଲେଖାଏଁ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here