Spread the love

ଭୁବନେଶ୍ୱର
ସରପଞ୍ଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ୪ଟି ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ଝୁରୁଝୁରୀ ପଞ୍ଚାୟତକୁ ୭ ଦିନ ପାଇଁ, ଖୋର୍ଧା ଜିଲ୍ଲା ଜଟଣୀ ବ୍ଲକ ଗଙ୍ଗପଡା ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ,ଢେଙ୍କାନାଳ ଗଂଦିଆ ବ୍ଲକର ଦୁଇଟି ଗ୍ରାମ ପଞ୍ଚାୟତକୁ ସରପଞ୍ଚ ସଟଡାଉନ ଘୋଷଣା କରିଛନ୍ତି । ଉକ୍ତ ପଞ୍ଚାୟତଗୁଡିକରୁ କରୋନା ରୋଗୀ ଚିହ୍ନଟ ହେବାପରେ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ବାଙ୍କୀ ବ୍ରହ୍ମପୁରା ପଞ୍ଚାୟତର ୧ ନମ୍ବରରୁ ୧୬ ନମ୍ବର ୱାର୍ଡ ପରିସୀମାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।ସ୍ଥାନୀୟ କ୍ୱାରେଣ୍ଟାଇନ ସେଣ୍ଟରକୁ ଯାଉଥିବା ସରପଞ୍ଚଙ୍କ ସହଯୋଗୀ କରୋନାରେ ଆକ୍ରାନ୍ତ ହେବା ପରେ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।

LEAVE A REPLY

Please enter your comment!
Please enter your name here