Spread the love

ନୂଆଦିଲ୍ଲୀ, ସରକାରୀ କଳର ସମସ୍ତ ଚେଷ୍ଟା, ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ ସତ୍ତ୍ୱେ ଭାରତରେ କରୋନା ସଂକ୍ରମଣ ନିଜ କାୟା ବିସ୍ତାର କରିବାରେ ଲାଗିଛି । ଶନିବାର ପୂର୍ବାହ୍ନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭,୭୭୬ରେ ପହଞ୍ଚôଛି । କରୋନା ସଂକ୍ରମଣରେ ମୋଟ ୧,୨୨୩ଙ୍କର ପ୍ରାଣହାନୀ ହୋଇଥିଲା ବେଳେ ୧୦,୦୧୭ ସୁସ୍ଥ ହୋଇଛନ୍ତି ।
ମୃତବ୍ୟକ୍ତିଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ୩୩ ଜଣ, ଆସାମର ୧, ବିହାରର ୩, ଦିଲ୍ଲୀର ୬୧, ଗୁଜରାଟର ୨୩୬, ହରିୟାଣାର ୪, ହିମାଚଳ ପ୍ରଦେଶର ୧, ଜମ୍ମୁ ଓ କଶ୍ମୀରର ୮, ଝାଡ଼ଖଣ୍ଡର ୩, କର୍ଣ୍ଣାଟକର ୨୫, କେରଳର ୪, ମଧ୍ୟପ୍ରଦେଶର ୧୪୫, ମହାରାଷ୍ଟ୍ରର ୪୮୫, ମେଘାଳୟର ୧, ଓଡ଼ିଶାର ୧, ପଞ୍ଜାବର ୨୦, ରାଜସ୍ଥାନର ୬୨, ତାମିଲନାଡୁର ୨୮, ତେଲେଙ୍ଗାନାର ୨୬, ଉତ୍ତରପ୍ରଦେଶର ୪୩ ଏବଂ ପଶ୍ଚମବଙ୍ଗର ୩୩ ଜଣ ଅଛନ୍ତି ।
ସେହିପରି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୩୩, ଆନ୍ଧ୍ରପ୍ରଦେଶରେ ୧୫୨୫, ଅରୁଣାଚଳ ପ୍ରଦେଶରେ ୧, ଆସାମରେ ୪୩, ବିହାରରେ ୪୭୧, ଚଣ୍ଡିଗଡ଼ରେ ୮୮, ଛତିଶଗଡ଼ରେ ୪୩, ଦିଲ୍ଲୀରେ ୩୭୩୮, ଗୋଆରେ ୭, ଗୁଜରାଟରେ ୪୭୨୧, ହରିୟାଣାରେ ୩୬୦, ହିମାଚଳ ପ୍ରଦେଶରେ ୪୦, ଜମ୍ମୁ ଓ କଶ୍ମୀରରେ ୬୩୯, ଝାଡ଼ଖଣ୍ଡରେ ୧୧୧, କର୍ଣ୍ଣାଟକରେ ୫୯୮, କେରଳରେ ୪୯୮, ଲଦାଖରେ ୨୨, ମଧ୍ୟପ୍ରଦେଶରେ ୨୭୧୯, ମହାରାଷ୍ଟ୍ରରେ ୧୧୫୦୬, ମଣିପୁରରେ ୨, ମେଘାଳୟରେ ୧୨, ମିଜୋରାମରେ ୧, ଓଡ଼ିଶାରେ ୧୫୪, ପୁଦ୍ଦୁଚେରୀରେ ୮, ପଞ୍ଜାବରେ ୭୭୨, ରାଜସ୍ଥାନରେ ୨୬୬୬, ତାମିଲନାଡୁରେ ୨୫୨୬, ତେଲେଙ୍ଗାନାରେ ୧୦୫୭, ତ୍ରିପୁରାରେ ୨, ଉତ୍ତରାଖଣ୍ଡରେ ୫୮, ଉତ୍ତରପ୍ରଦେଶରେ ୨୪୫୫ ଓ ପଶ୍ଚିମବଙ୍ଗରେ ୭୯୫ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here