Spread the love

ୱାଶିଂଟନ: କରୋନା ସମ୍ପର୍କୀତ ତଥ୍ୟ ଳୁଚାଇବା କାରଣରୁ ଚୀନ ବିରୋଧରେ ୫ ପ୍ରକାରର ଆର୍ଥିକ କଟକଣା ଳାଗୁ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଧମକ ଦେଇଛନ୍ତି । ମଙ୍ଗଳବାର ହ୍ୱାଇଟ ହାଉସରେ ନିୟମିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ନିଜ ଧମକ ପୁଣି ଦୋହରାଇଛନ୍ତି । ସେ କହିଛନ୍ତି ଯେ ଉହାନର ପରୀକ୍ଷାଗାରରୁ କରୋନା ଭୂତାଣୁ ସୃଷ୍ଟି ହୋଇ ସମଗ୍ର ବିଶ୍ୱକୁ ଗ୍ରାସ କରିଥିଲା ବେଳେ ଚୀନ ଜାଣିଶୁଣି ସମସ୍ତ ତଥ୍ୟ ଳୁଚାଇଥିଲା । ଯାହାର ଫଳ ଏବେ ସମଗ୍ର ବିଶ୍ୱ ଭୋଗୁଛି । ସେ କହିଛନ୍ତି ଯେ ବାଣିଜ୍ୟ କଟକଣା ବ୍ୟତିତ ଚୀନ ବିରୋଧରେ ଅନ୍ୟ ଆର୍ଥିକ କଟକଣା ଳାଗୁ କରିବାକୁ ଯୋଜନା ଚାଲିଛି । ଯଦି ଚୀନ ବିରୋଧରେ ଟ୍ରମ୍ପ କଟକଣା ଳାଗୁ କରନ୍ତି ତେବେ ଚୀନ ପକ୍ଷରୁ ଆମେରିକା ସଂଘୀୟ ବ୍ୟାଙ୍କରେ କରାଯାଇଥିବା ଜମାରାଶିକୁ ଫେରାଇ ଦିଆଯିବନାହିଁ । ସୁଚନାଯୋଗ୍ୟ ଯେ ଆମେରିକାର ସଂଘୀୟ ବ୍ୟାଙ୍କରେ ଚୀନ ଟ୍ରିଲିୟନ ଟ୍ରିଲିୟନ ଡଲାରର ପୁଞ୍ଜି ନିବେଶ କରିଛି । ଏଥିସହ ଆମେରିକାର ବିଭିନ୍ନ ରାଜ୍ୟରେ ଚୀନ ଠାରୁ କରୋନା କ୍ଷତି ଜନିତ କ୍ଷତିପୂରଣ ଆଦାୟ କରିବାକୁ ଅଦାଲତରେ ମାମଲା ଦାୟର ହୋଇଛି । ଚୀନ ଜମା କରିଥିବା ଅର୍ଥ ନଫେରାଇବାକୁ ଆବେଦନକାରମାନେ ପ୍ରାର୍ଥନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here