Spread the love

ଭୁବନେଶ୍ୱର
ମହାମାରୀ କରୋନା ଭାଇରସର ପ୍ରକୋପ ରାଜ୍ୟରେ ଦିନକୁ ଦିନ ବଢିବାର ଲାଗିଛି । ଏହି କ୍ରମରେ ଆଜି ଆଉ ୬୧ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡାର ୧୩,ଗଞ୍ଜାମର ୧୨, ଯାଜପୁରର ୨, ନୟାଗଡର ୩, ପୁରୀର ୧୦ ଜଣ ସାମଲ ଅଛନ୍ତି । ଏମାନେ ସମସ୍ତେ ସୁରତରୁ ଫେରି କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ସେହିପରି ଭଦ୍ରକର ୬(ପଶ୍ଚିମବଙ୍ଗ ଫେରନ୍ତା),କଟକର ଜଣେ(ଅହମଦାବାଦ ଫରେନ୍ତା), ଦେଓଗଡର ଜଣେ( ଅହମଦାବାଦ ଫେରନ୍ତା),ସୁନ୍ଦରଗଡର ଜଣେ(ଅହମଦାବାଦ ଫେରନ୍ତା) ବାଲେଶ୍ୱରର ୧୨ ଜଣ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ବାଲେଶ୍ୱରର ଆକ୍ରାନ୍ତଙ୍କ ମଧ୍ୟରୁ ୭ ପଶ୍ଚିମବଙ୍ଗ, ୨ ସୁରତ, ଜଣେ ମହାରଷ୍ଟ୍ର, ଜଣେ ଦିଲ୍ଲୀ, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ହୋମ କ୍ୱାରେଣ୍ଟାଇନରେ ଥିଲେ । ଏହା ସହିତ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୬୭୨ରେ ପହଞ୍ଚଯାଇଥିବାବେଳେ ଏବେ ସୁଦ୍ଧା ୩ ଜଣ ଲୋକ ପ୍ରାଣ ହରାଇଛନ୍ତି । ସେହପରି ବର୍ତ୍ତମାନ ୫୧୧ଟି ମାମଲା ସକ୍ରିୟ ରହିଥିବାବେଳେ ୧୫୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here