Spread the love

ଭୁବନେଶ୍ୱର
ରାଜ୍ୟର ୧୫ ଟି ଜିଲ୍ଲାରୁ ଆଉ ୬୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୭୨୩ରେ ପହଞ୍ଚିଯାଇଛି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧାରୁ ୧୨, ଜଗତସିଂହପୁରରୁ ୧୧, ଢେଙ୍କାନାଳରୁ ୯, ନୟାଗଡରୁ ୭, ବଲାଙ୍ଗୀରରୁ ୬, ଗଞ୍ଜାମରୁ ୪, ବାଲେଶ୍ୱର ଓ କଟକରୁ ୩ ଜଣ ଲେଖାଏଁ, ସୁନ୍ଦରଗଡର ୨, ପୁରୀ, ମୟୁରଭଞ୍ଜ, କୋରାପୁଟ, ସମ୍ବଲପୁର, ଝାରସୁଗୁଡା,ନବରଙ୍ଗପୁରରୁ ଜଣେ ଲେଖାଏଁ ସାମିଲ ଅଛନ୍ତି । ଏମାନଙ୍କ ମଧ୍ୟରୁ ୬୧ ଜଣଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରୁ ଏବଂ ୨ ଜଣଙ୍କୁ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ୭୬୬ଟି ସକ୍ରିୟ ମାମଲା ଥିବାବେଳେ ୮୮୭ ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ୭ ଜଣ ମୃତ୍ୟୁବରଣ କରିଛନ୍ତି । ସ୍ୱାସ୍ଥ୍‌୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here