Spread the love

ଭୁବନେଶ୍ୱର
କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଆଉ ୮ ଜଣ ବ୍ୟକ୍ତି ଶୁକ୍ରବାର ସୁସ୍ଥ ହୋଇଛନ୍ତି । ସ୍ୱାବ ନମୂନା ପରୀକ୍ଷା ପରେ ସେମାନଙ୍କ ରିପୋର୍ଟ ନେକେଟିଭ ଆସିଥି ଏବଂ ସେମାନଙ୍କୁ ମେଡିକାଲରୁ ଡିସଚାର୍ଜ କରିଦିଆଯାଇଛି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଯାଜପୁରର ୪,ଭଦ୍ରକର ୨,ବାଲେଶ୍ୱର ଏବଂ କେନ୍ଦୁଝରର ଜଣେ ଲେଖାଏ ସାମିଲ ଅଛନ୍ତି । ଏହା ସହିତ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧୬୬ରେ ପହଞ୍ଚିଛି । ସ୍ୱାସ୍ଥ୍‌୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ କି ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ ଏବେ ସୁଦ୍ଧା ରାଜ୍ୟରେ ୮୧୯୧୯ ଜଣଙ୍କ ସ୍ୱାବ ନମୂନା ପରୀକ୍ଷା କରାଗଲାଣି । ସେମାନଙ୍କ ମଧ୍ୟରୁ ୬୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବର୍ତ୍ତମାନ ୫୦୩ଟି ମାମଲା ସକ୍ରିୟ ରହିଛି ।

LEAVE A REPLY

Please enter your comment!
Please enter your name here