Spread the love

ଭୁବନେଶ୍ୱର
ଖୋର୍ଧା ଜିଲ୍ଲାର ଜଣେ ୮ ବର୍ଷୀୟ ବାଳକ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଆଜି ସକାଳେ ଖୋର୍ଧାର ଚିହ୍ନଟ ହୋଇଥିବା ୩ ରୋଗୀଙ୍କ ମଧ୍ୟରେ ସେ ସାମିଲ ଅଛନ୍ତି । ସେ ବାଣପୁର ବ୍ଲକ କୁମାରଙ୍ଗ ପଂଚାୟତ କେଶପୁର ଗ୍ରାମର । ବାଳକଟି ନିଜ ଘରେ ରହୁଥିଲେ ।ବାଣପୁରର ଅନ୍ୟ ଜଣେ ସୁରତ ଫେରନ୍ତା ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ପୌରାଞ୍ଚଳ ନବୀନବାଗ ଆଞ୍ଚଳର। ସେ କୋଲକାତାରୁ ଫେରି ହୋମେ କୱାରେଣ୍ଟିନେରେ ଥିଲେ। ଏହି ନୂତନ ଆକ୍ରାନ୍ତ ଚିହ୍ନଟ ହେବା ପରେ କେଶପୁର ଏବଂ ଖୋର୍ଦ୍ଧା ପୌରାଞ୍ଚଳକୁ କଣ୍ଟାଇନମେଣ୍ଟ ଘୋଷଣା କରାଯାଇଛି। ଖୋର୍ଦ୍ଧା ଜିଲାପାଳ ସୀତାଂଶୁ ରାଉତ ଏହି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here