Spread the love

ଭୁବନେଶ୍ୱର
ରାଜ୍ୟରେ ଆଜି ଆଉ ୯୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୯ ଜଣଙ୍କୁ କ୍ୱାରେଣ୍ଟ୍ଧବନ ସେଣ୍ଟରରୁ ଏବଂ ୧୧ ଜଣଙ୍କୁ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ କରିଛନ୍ତି । ଏବେ ସେମାନଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ଖୋର୍ଧାର ୨୫, ନୟାଗଡର ୭,ଅନଗୁଳ, ବାଲେଶ୍ୱର, କଳାହାଣ୍ଡି, ସମ୍ବଲପୁର ବରଗଡରୁ ଜଣେ ଲେଖାଏଁ, ଭଦ୍ରକରୁ ୯, ଗଞ୍ଜାମରୁ ୨୨, ସୁନ୍ଦରଗଡରୁ ୫, ପୁରୀରୁ ୨,କଟକରୁ ୫, ଢେଙ୍କାନାଳରୁ ୧୦ ଜଣ ସାମିଲ ଅଛନ୍ତି । ଏହା ସହିତ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୪୭୮ର ପହଞ୍ଚି ଯାଇଛି । ଏବେ ୧୦୫୩ଟି ମାମଲା ସକ୍ରିୟ ଥିବାବେଳେ ୭ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ୧୪୧୬ ରୋଗୀ ସୁସ୍ଥ ହେଲେଣି । ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here