Spread the love

ଫ୍ଲୋରିଡ଼ା: ଦୀର୍ଘ ୯ ବର୍ଷର ପ୍ରତୀକ୍ଷା ପରେ ଆମେରିକାର ଦୁଇ ମହାକାଶଚାରୀ ଏକ ଘରୋଇ ସଂସ୍ଥାର ରକେଟରେ ମହାକାଶକୁ ଯାତ୍ରା କରି ସଫଳତାର ସହ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଛନ୍ତି । ପ୍ରଥମଥର ପାଇଁ ଏକ ଘରୋଇ ସଂସ୍ଥା ମହାକାଶଚାରୀଙ୍କୁ ମହାକାଶକୁ ପଠାଇଛି । ୨୦୧୧ରେ ଆମେରିକା ନିଜର ସ୍ପେସ ସଟଲ କାର୍ଯ୍ୟକ୍ରମ ବନ୍ଦ କରିବା ପରେ ଏଲୋନ ମସ୍କ ନାମକ ଜଣେ ବ୍ୟବସାୟୀ ସ୍ପେସ-ଏକ୍ସ ନାମକ ଏକ କମ୍ପାନୀ ଗଠନ କରିଥିଲେ ଓ ତାଙ୍କ କମ୍ପାନୀ କ୍ରୁ୍ୟ ଡ୍ରାଗନ ନାମକ ଏକ ଦୁଇ ସ୍ତରର ଫାଲକନ-୯ ରକେଟ ନିର୍ମାଣ କରିଥିଲା । ସଫଳତାର ସହ କ୍ରୁ୍ୟ ଡ୍ରାଗନ ରବର୍ଟ ବେନକେନ ଓ ଡଗଲାସ ହର୍ଲି ନାମକ ଦୁଇ ମହାକାଶଚାରୀଙ୍କୁ ମହାକାଶ କେନ୍ଦ୍ରରେ ପହଞ୍ଚାଇବା ପରେ ମହକାଶ ଯାତ୍ରା କ୍ଷେତ୍ରରେ ସରକାର ମାନଙ୍କର ଯେଉଁ ଆଧିପତ୍ୟ ରହିଥିଲା ତାହା ଶେଷ ହୋଇଛି । ମଇ ୩୦ରେ ସ୍ଥାନୀୟ ସମୟ ଅପରାହ୍ନ ୩.୨୨ରେ ରକେଟ ଉତକ୍ଷେପିତ ହୋଇଥିଲା ଓ ଦୀର୍ଘ ୧୯ ଘଣ୍ଟାର ଯାତ୍ରା ପରେ ମହାକାଶ କେନ୍ଦ୍ରରେ ପହଞ୍ଚôଥିଲା ।

LEAVE A REPLY

Please enter your comment!
Please enter your name here