Spread the love

ଭୁବନେଶ୍ୱର
ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହିତ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଆଜି ୧୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଗଞ୍ଜାମର ୫ ଜଣ, ଭୁବନେଶ୍ୱରର ୨ ଜଣ, ଖୋର୍ଧା,ଗଜପତି ଏବଂ ସୁନ୍ଦରଗଡର ଜଣେ ଲେଖାଏଁ ସାମିଲ ଅଛନ୍ତି । ଏହା ସହିତ ମୋଟ ମୃତ୍ୟୁ ସଂଖ୍ୟା ୧୮୭କୁ ବୃଦ୍ଧି ପାଇଛି ।ଆଜି ଗଞ୍ଜାମରୁ ଉଚ୍ଚରକ୍ତଚାପରେ ପୀଡିତ ଜଣେ ୭୦ ବର୍ଷୀୟ ବୃଦ୍ଧ, ଡାଇବେଟିସ, ଉଚ୍ଚ ରକ୍ତଚାପ ଏବଂ ହାଇପୋଥାଇରୋଡିଜିମରେ ଆକ୍ରାନ୍ତ ୫୬ ବର୍ଷୀୟ ମହିଳା, ଉଚ୍ଚ ରକ୍ତଚାପରେ ପୀଡିତ ୬୩ ବର୍ଷୀୟ ପୁରୁଷ, ଡାଇବେଟିସରେ ପୀଡିତ ୪୪ ବର୍ଷୀୟ ପୁରୁଷ ଏବଂ ଡାଇବେଟିସ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିବା ଜଣେ ୫୪ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେହିପରି ଭୁବନେଶ୍ୱରର ଡାଇବେଟିସରେ ପୀଡିତ ୭୦ ବର୍ଷୀୟ ପୁରୁଷ ଏବଂ ଜଣେ ୬୨ ବର୍ଷୀୟ ପୁରୁଷ ମୃତ୍ୟୁବରଣ କରିଛନ୍ତି । ଏହା ବ୍ୟତୀତ ଡାଇବେଟିସ, ଉଚ୍ଚ ରକ୍ତଚାପ ଏବଂ କୋରୋନାରୀ ଆରଟେରୀରେ ପୀଡିତ ସୁନ୍ଦରଗଡର ଜଣେ ପୁରୁଷ(୫୬), ଡାଇବେଟିସରେ ଆକ୍ରାନ୍ତ ଖୋର୍ଧାର ଜଣେ ପୁରୁଷ(୪୦) ଏବଂ ଡାଇବେଟିସ ଓ ଉଚ୍ଚ ରକ୍ତଚାପରେ ପୀଡିତ ୪୯ ବର୍ଷୀୟ ପୁରୁଷ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ତେବେ ଆକ୍ୟୁଟ କ୍ରୋନିକ କିଡନୀ ରୋଗ ଏବଂ ସେପ୍ଟିକ ସକରେ ପୀଡିତ ହୋଇ ନୟାଗଡର ଜଣେ ୩୦ ବର୍ଷୀୟ ପୁରୁଷ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ତାଙ୍କ ମୃତ୍ୟୁକୁ କରୋନା ଜନିତ ଧରାଯିବ ନାହିଁ । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here