Spread the love

ଭୁବନେଶ୍ୱର
ଆଜି କରୋନାରେ ଆକ୍ରାନ୍ତ ହୋଇଥିବା ୧୦ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଗଞ୍ଜାମର ୪ ଜଣ,କୋରାପୁଟ, ନୟାଗଡ, ସୋନପୁର, ଅନୁଗୁଳରୁ ଜଣେ ଲେଖାଏଁ ଏବଂ ଭୁବନେଶ୍ୱରର ୨ ଜଣ ସାମିଲ ଅଛନ୍ତି । ଏହା ସହିତ ମୋଟ ମୃତ୍ୟୁସଂଖ୍ୟା ୩୯୦କୁ ବୃଦ୍ଧି ପାଇଛି । ଆଜି ଗଞ୍ଜାମରୁ ୫୦ ଓ ୫୯ ବର୍ଷୀୟ ଦୁଇ ମହିଳା ଏବଂ ୪୨ ଓ ୭୦ ବର୍ଷୀୟ ଦୁଇ ପୁରୁଷଙ୍କ ମୃତ୍ୟୁ ଘଟିଛି । ସେହିପରି ଭୁବନେଶ୍ୱରର ଜଣେ ମହିଳା(୫୮) ଏବଂ ଜଣେ ୭୦ ବର୍ଷୀୟ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି । ଏହା ବ୍ୟତୀତ କୋରାପୁଟର ଜଣେ ୩୫ ବର୍ଷୀୟ ମହିଳା, ନୟାଗଡର ଜଣେ ୬୧ ବର୍ଷୀୟ ବୃଦ୍ଧ, ସୋନପୁରର ଜଣେ ୭୬ ବର୍ଷୀୟ ବୃଦ୍ଧ ଏବଂ ଅନୁଗୁଳର ଜଣେ ପୁରୁଷ(୫୫) ପ୍ରାଣ ହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here