Spread the love

ଭୁୁବନେଶ୍ୱର
ଆଜି ରାଜ୍ୟରେ ୧୦ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ଗଞ୍ଜାମର ୩, କଟକ ଓ ରାୟଗଡାରୁ ୨ ଲେଖାଏଁ, ବଲାଙ୍ଗୀର, ଗଜପତି ଏବଂ ନୟାଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏହା ସହିତ ମୋଟ ମୃତ୍ୟୁସଂଖ୍ୟା ୪୦୦ ଟପି ୪୦୯ରେ ପହଞ୍ଚିଛି । ଆଜି ଗଞ୍ଜାମ ଜିଲ୍ଲାରୁ ୬୦,୬୧ ଏବଂ ୭୦ ବର୍ଷର ୩ ଜଣ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଏହା ସହିତ ଜିଲ୍ଲାର ମୋଟ ମୃତ୍ୟୁସଂଖ୍ୟା ୧୭୪ ଛୁଇଁଛି । ଏହା ସହିତ କଟକରୁ ୮୭ ବର୍ଷୀୟ ଜଣେ ବୃଦ୍ଧା ଏବଂ ୭୫ ବର୍ଷୀୟ ଜଣେ ବୃଦ୍ଧ,ରାୟଗଡାରୁ ଜଣେ ୫୬ ଓ ୪୫ ବର୍ଷୀୟ ପୁରୁଷ, ବଲାଙ୍ଗୀରର ଜଣେ ୪୭ ବର୍ଷୀୟ ପୁରୁଷ, ଗଜପତିର ଜଣେ ପୁରୁଷ(୪୫) ଏବଂ ନୟାଗଡର ଜଣେ ୫୮ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here