Spread the love

ଭୁବନେଶ୍ୱର
ଆଜି ରାଜ୍ୟର ୧୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ବାଲେଶ୍ୱରର ୬୦ ବର୍ଷୀୟ ପୁରୁଷ, ଭୁବନେଶ୍ୱରର ୬୨ ଓ ୬୬ ବର୍ଷୀୟ ପୁରୁଷ ସାମଲ ଅଛନ୍ତି । ଏହା ସହିତ କଟକରୁ ୪୫ ଓ ୭୪ ବର୍ଷୀୟ ପୁରୁଷ, ଗଞ୍ଜାମର ଜଣେ ପୁରୁଷ(୫୫), କଳାହାଣ୍ଡିର ୬୨ ବର୍ଷୀୟ ବୃଦ୍ଧ ଏବଂ ଖୋର୍ଧାରୁ ଜଣେ ୬୦ ବର୍ଷୀୟ ବୃଦ୍ଧ, ମୟୁରଭଞ୍ଜର ଜଣେ ୬୦ ବର୍ଷୀୟ ପୁରୁଷ ଓ ସୁବର୍ଣପୁରୁର ୮୪ ବର୍ଷୀୟ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି । ଏହା ସହିତ ମୋଟ ମୃତ୍ୟୁସଂଖ୍ୟା ୬୨୬ ଛୁଇଁଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here