Spread the love

କଟକ: କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ମେଡିକାଲ କଲେଜ ଓ ହସପିଟାଲ ପ୍ଲାଜମା ବ୍ୟାଙ୍କରେ ୧୦୦ ୟୁନିଟ ପ୍ଲଜମା ସଂଗ୍ରହ କରାଯାଇଛି । ରାଜ୍ୟରେ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପି ଦ୍ୱାରା ଆଶାତୀତ ସଫଳତା ମିଳିଛି । କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଶରୀରରୁ ପ୍ଲାଜମା ସଂଗ୍ରହ କରାଯାଇ ଗୁରୁତର କରୋନା ରୋଗୀଙ୍କୁ ଦିଆଯିବାକୁ ପ୍ଲାଜମା ଥେରାପି କୁହାଯାଇଥାଏ । କଟକ ବଡ଼ ଡାକ୍ତରଖାନାରେ ୧୦୦ ୟୁନିଟ ପ୍ଲାଜମା ସଂଗ୍ରହ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲାଜମା ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here