Spread the love

ଜେରୁଜେଲମ: କଥାଟା ପରୀ ରାଜ୍ୟର କାହାଣୀ ପରି ଲାଗୁଥିଲେବି ସତ । ୧୧ଶହ ବର୍ଷ ତଳେ ମାଟିରେ ପୋତା ହୋଇଥିବା ଶହ ଶହ ସୁନା ଟଙ୍କାକୁ ଜଣେ ବାଳକ ଖୋଦେଇ କରି ପାଇଛନ୍ତି । ଏହି ଘଟଣାଟି ମଧ୍ୟ ଇସ୍ରାଇଲରେ ଘଟିଛି । ସେଠାରେ ଥିବା ଏକ ପ୍ରାଚୀନ କିର୍ତ୍ତୀରାଜୀ ଖନନ ବେଳେ ଏକ ପାତ୍ରରେ ଘୋଡ଼ାଇ ହୋଇ ରହିଥିବା ବିପୁଳ ପରିମାଣର ସୁନା ଟଙ୍କାକୁ ଅକ୍ଷତ ଅବସ୍ଥାରେ ଜଣେ ବାଳକ ଉଦ୍ଧାର କରିଛନ୍ତି । ଚଳିତ ଅଗଷ୍ଟ ୧୮ ତାରିଖରେ ଏହି ସ୍ଥାନରେ ଖନନ ହେଉଥିବା ବେଳେ ସ୍ୱଇଚ୍ଛାରେ ଯୋଗ ଦେଇଥିବା ଜଣେ ବାଳକ ଏକ ପାତ୍ରରେ ସୁନା ମୁଦ୍ରା ଭର୍ତ୍ତି ହୋଇ ମାଟି ଖୋଳିବା ବେଳେ ଦେଖିବାକୁ ପାଇଥିଲେ । ତେବେ ପ୍ରତ୍ନତତ୍ତ୍ୱ ବିତ୍‌ ମାନେ ଏହି ମୁଦ୍ରା ୧୧ଶହ ବର୍ଷ ତଳର ଓ ଏହାକୁ ସାଇତା କରି ରଖାଯାଇଥିବା କହିଛନ୍ତି । ଯେଉଁ ବ୍ୟକ୍ତି ଏହି ସୁନା ଟଙ୍କା ରଖିଥିଲେ ସେ ଏହାକୁ ପୁନର୍ବାର ନେବା ଉଦ୍ଦେଶ୍ୟରେ ଥିଲେ । ତେବେ ସେ ଏହି ଟଙ୍କାକୁ ନେବା ପାଇଁ ଆଉ ଫେରି ନାହାନ୍ତି । ଅଥବା ସୁନା ଟଙ୍କା ମିଳିଥିବା ସ୍ଥାନରେ ସ୍ୱର୍ଣ୍ଣକାରମାନେ କାର୍ଯ୍ୟ କରୁଥିଲେ ବୋଲି ଖନନକାରୀମାନେ ଅନୁମାନ କରୁଛନ୍ତି । ଏହି ପାତ୍ରକୁ ଖନନ ବେଳେ ପ୍ରଥମେ ଦେଖି ନିଜ ଆଖିକୁ ବିଶ୍ୱାସ କରିପାରି ନଥିଲି ବୋଲି କୋହିନ ନାମକ ସ୍ୱେଚ୍ଛାସେବୀ କହିଛନ୍ତି । ତେବେ ପରେ ଏଥିରେ ସ୍ୱର୍ଣ୍ଣ ମୁଦ୍ରା ଥିବା ଦେଖି ସେ ହତବାକ ହୋଇ ଯାଇଥିଲେ ବୋଲି କହିଛନ୍ତି । ଏହି ସମସ୍ତ ସୁନା ଟଙ୍କା ୯ମ ଶତାଦ୍ଧୀର ବୋଲି ପ୍ରତ୍ନତତ୍ତ୍ୱବିତ ଆବସିଦ୍‌ କାଲିଫେଟ କହିଛନ୍ତି । ସେ ସମୟରେ ଏହି ସ୍ୱର୍ଣ୍ଣ ମୁଦ୍ରାରେ ଜଣେ ବ୍ୟକ୍ତି ବର୍ତ୍ତମାନର ଇଜିପ୍ଟର ରାଜଧାନୀରେ ଏକ ସୁସଜ୍ଜିତ ବଙ୍ଗଳାର ମାଲିକ ହୋଇପାରୁଥିଲେ ବୋଲି ଅନ୍ୟତମ ପ୍ରତ୍ନତତ୍ତ୍ୱ ବିତ କୁଲ କହିଛନ୍ତି । ଇସ୍ରାଇଲର ବିଭିନ୍ନ ସ୍ଥାନରେ ଏଭଳି ପ୍ରଚୀନ ଭଣ୍ଡାର ପୋତା ହୋଇ ରହିଥିବା ପୂର୍ବରୁ ଅନେକ ଗପରେ ଉଲ୍ଲେଖ ରହିଛି ।

LEAVE A REPLY

Please enter your comment!
Please enter your name here