Spread the love

ନୂଆଦିଲ୍ଲୀ
ଦେଶରେ କରୋନା ଆକ୍ରାନ୍ତଙ୍କ ସହିତ ମୃତ୍ୟୁସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୬୬୦୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୦୦୭ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୬୧୧୯୦ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୪୮୦୪୦ରେ ଛୁଇଁଛି । ଏବେ ୬୬୧୫୯୫ଟି ମାମଲା ସକ୍ରିୟ ରହିଥିବାବେଳେ ୧୭୫୧୫୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ୫୬୦୧୨୬ ଏବଂ ୧୯୦୬୩, ତାମିଲନାଡୁରେ ୩୨୦୩୫୫ ଏବଂ ୫୩୯୭, ଆନ୍ଧ୍ରରେ ୨୬୪୧୪୨ ଏବଂ ୨୩୭୮, କର୍ଣାଟକରେ ୨୦୩୨୦୦ ଏବଂ ୩୬୧୩, ଦିଲ୍ଲୀରେ ୧୪୯୪୬୦ ଏବଂ ୪୧୬୭, ଉତ୍ତରପ୍ରଦେଶରେ ୧୪୦୭୭୫ ଏବଂ ୨୨୮୦, ପଶ୍ଚିମବଙ୍ଗରେ ୧୦୭୩୨୩ ଏବଂ ୨୨୫୯, ବିହାରରେ ୯୪୧୯୩ ଆକ୍ରାନ୍ତ ଏବଂ ୪୨୬ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here