Spread the love

ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି । ଗତ ୨୪ ଘଣ୍ଟା ମଧ୍ୟରେ ୬୨୦୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୦୦୭ ଜଣଙ୍କୁ ମୃତ୍ୟୁ ଘଟିଛି । ଏହା ସହିତ ସଂକ୍ରମିତଙ୍କ ସଂଖ୍ୟା ୨୨ ଲକ୍ଷ ଟପି ୨୨୧୪୨୩୨ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୪୪ ହଜାର ଟପି ୪୪୩୯୯ ରହିଛି । ଏବେ ୬୩୪୯୪୫ଟି ମାମଲା ସକ୍ରିୟ ଥିବାବେଳେ ୧୫୩୫୭୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ସବୁଠାରୁ ଅଧିକ ୧୭୭୫୭ ଜଣଙ୍କ ମୃତ୍ୟୁ, ତାମିଲନାଡୁରେ ୪୯୨୭, କର୍ଣାଟକରେ ୩୧୯୮, ଆନ୍ଧ୍ରରେ ୨୦୩୬, ଦିଲ୍ଲୀରେ ୪୭୧୧, ଉତ୍ତରପ୍ରଦେଶରେ ୨୦୬୯, ପଶ୍ଚିମବଙ୍ଗରେ ୨୦୫୯ ଜଣ ମୃତ୍ୟୁବରଣ କଲେଣି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here