Spread the love

ନୂଆଦିଲ୍ଲୀ
ଦେଶରେ କରୋନା ସ୍ଥିତି ଦିନକୁ ଦିନ ନୂଆ ଶିଖର ଛୁଉଁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ୯୦୮୦୨ ଜଣ ସଂକ୍ରମିତ ହୋଇଛନ୍ତି । ଏବେ ମୃତ୍ୟୁହାର ୧.୭୦ ପ୍ରତିଶତ ରହିଛି । ଏହା ସହିତ ମୋଟ ମୃତ୍ୟୁସଂଖ୍ୟା ୭୧୬୪୨ରେ ଏବଂ ସଂକ୍ରମିତଙ୍କ ସଂଖ୍ୟା ୪୨୦୪୬୧୪ରେ ପହଞ୍ଚିଛି । ବର୍ତ୍ତମାନ ୮୮୨୫୪୨ଟି ମାମଲା ସକ୍ରିୟ ଥିବାବେଳେ ୩୨୫୦୪୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୨୪ ଘଣ୍ଟାରେ ୬୯୫୬୪ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁସ୍ଥ ହାର ୭୭.୩୧ ପ୍ରତିଶତ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here