Spread the love

ନୂଆଦିଲ୍ଲୀ
ଦେଶରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୪୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ରେକର୍ଡ ୮୩୮୮୩ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏବେ ମୋଟ ମୃତ୍ୟୁସଂଖ୍ୟା ୬୭୩୭୬ରେ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୩୮୫୩୪୦୭ରେ ପହଞ୍ଚିଛି । ଦେଶରେ ମୃତ୍ୟୁହାର ୧.୭୫ ପ୍ରତିଶତ ରହିଛି । ବର୍ତ୍ତମାନ ୮୧୫୫୩୮ଟି ମାମଲା ସକ୍ରିୟ ଥିବାବେଳେ ୨୯୭୦୪୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦନକରେ ୬୮୫୮୪ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏବେ ମହାରାଷ୍ଟ୍ରରେ ମୃତ୍ୟୁସଂଖ୍ୟା ୨୫୧୯୫, ତାମିଲନାଡୁରେ ୭୫୧୬, କର୍ଣାଟକରେ ୫୯୫୦, ଆନ୍ଧ୍ରରେ ୪୧୨୫, ଦିଲ୍ଲୀରେ ୪୪୮୧ ଜଣଙ୍କ ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here