Spread the love

ନୂଆଦିଲ୍ଲୀ
ଗତ ୨୪ ଘଣ୍ଟାରେ ଦେଶରେ ୧୦୮୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିିଥିବାବେଳେ ୮୬୪୩୨ ଜଣ ଏଥିରେ ସଂକ୍ରମିତ ହୋଇଛନ୍ତି । ଏବେ ମୃତ୍ୟୁହାର ୧.୭୪ ପ୍ରତିଶତ ରହିଛି । ଏହା ସହିତ ମୋଟ ମୃତ୍ୟୁସଂଖ୍ୟା ୬୯୫୬୧ରେ ଏବଂ ସଂକ୍ରମିତଙ୍କ ସଂଖ୍ୟା ୪୦୨୩୧୭୯ରେ ପହଞ୍ଚିଛି । ଏବେ ୮୪୬୩୯୫ ଟି ମାମଲା ସକ୍ରିୟ ରହିଥିବା ବେଳେ ୩୧୦୭୨୨୩ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁସ୍ଥ ହାର ୭୭.୧୫ ପ୍ରତିଶତ ଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୭୦୦୭୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here