Spread the love

ନୂଆଦିଲ୍ଲୀ
ଦେଶରେ କରୋନା ସ୍ଥିତି ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୩୩୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୦୯୬ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହା ସହିତ ମୋଟ ମୃତ୍ୟୁସଂଖ୍ୟା ୬୮୪୭୨ରେ ଏବଂ ସଂକ୍ରମିତ୍ରଙ୍କ ସଂଖ୍ୟା ୩୯ ଲକ୍ଷ ପାର କରି ୩୯୩୬୭୪୮ ଛୁଇଁଛି । ଏବେ ୮୩୧୧୨୪ଟି ମାମଲା ସକ୍ରିୟ ଥିବାବେଳେ ୩୦୩୭୧୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ମୃତ୍ୟୁ ହାର ୧.୭୫ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୭୭.୦୯ ପ୍ରତିଶତ ରହିଛି । ଦିନକରେ ୬୬୬୫୯ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି

LEAVE A REPLY

Please enter your comment!
Please enter your name here