Spread the love

ଭୁବନେଶ୍ୱର: ଆଜି ରାଜ୍ୟରେ ୧୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଭଦ୍ରକର ଜଣେ ୫୧ ବର୍ଷୀୟ ପୁରୁଷ, ଭୁବନେଶ୍ୱରର ଜଣେ ୭୦ ବର୍ଷୀୟ ବୃଦ୍ଧ ଏବଂ ୫୭ ପୁରୁଷ ମଧ୍ୟ ସାମିଲ ଅଛନ୍ତି । ଏହା ସହିତ କଟକର ଜଣେ ୮୦ ବର୍ଷୀୟ ବୃଦ୍ଧ ଓ ୪୯ ବର୍ଷୀୟ ପୁରୁଷ, ଗଞ୍ଜାମର ଜଣେ ୭୫ ବର୍ଷୀୟ ବୃଦ୍ଧ, କୋରାପୁଟର ଜଣେ ୭୧ ବର୍ଷୀୟ ବୃଦ୍ଧ, ନୟାଗଡର ଜଣେ ୬୮ ବର୍ଷୀୟ ବୃଦ୍ଧ, ପୁରୀର ଜଣେ ୧୭ ବର୍ଷୀୟ ନାବାଳିକା ଏବଂ ୬୦ ବର୍ଷୀୟ ପୁରୁଷ, ରାୟଗଡାର ଜଣେ ୬୫ ବର୍ଷୀୟ ବୃଦ୍ଧ ସାମିଲ ଅଛନ୍ତି । ଏହା ସହିତ ମୋଟ ମୃତ୍ୟୁସଂଖ୍ୟା ୫୯୧କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here