1212606617
Spread the love

ଭୁବନେଶ୍ୱର
ରାଜ୍ୟରେ ଆଜି ୧୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ କଟକ, ଗଞ୍ଜାମ, ଜଗତସିଂହପୁର, ରାୟଗଡ଼ା, କନ୍ଧମାଳରୁ ଜଣେ ଲେଖାଏଁ, ଖୋର୍ଦ୍ଧା, ପୁରୀ ଏବଂ ମୟୁରଭଞ୍ଜରୁ ୩ ଜଣ ଲେଖାଏଁ ସାମିଲ ଅଛନ୍ତି । ଏହା ସହିତ ମୋଟ ମୃତ୍ୟୁ ସଂଖ୍ୟା ୫୦୦ ଟପି ୫୦୩ ରେ ପହଞ୍ଚି ଯାଇଛି । ଆଜି କଟକରୁ ଜଣେ ୭୪ ବର୍ଷୀୟ ବୃଦ୍ଧ, ଜଗତସିଂହପୁରରୁ ଜଣେ ୩୫ ବର୍ଷୀୟ ପୁରୁଷ. କନ୍ଧମାଳରୁ ଜଣେ ୪୦ ବର୍ଷୀୟ ପୁରୁଷ, ରାୟଗଡାରୁ ଜଣେ ୪୫ ବର୍ଷୀୟ ପୁରୁଷ, ଗଞ୍ଜାମର ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଏହା ସହିତ ମୟୁରଭଞ୍ଜରୁ ୮୦ ବର୍ଷୀୟ ବୃଦ୍ଧ ଓ ୬୦ ବର୍ଷୀୟ ବୃଦ୍ଧା, ପୁରୀରୁ ୪୦ ବର୍ଷୀୟ ପୁରୁଷ ଏବଂ ୮୫ ବର୍ଷୀୟ ବୃଦ୍ଧ, ଖୋର୍ଧାରୁ ୭୩ ବର୍ଷୀୟ ଏବଂ ୬୦ ବର୍ଷୀୟ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here