Spread the love

ଭୁବନେଶ୍ୱର
ଆଜି କରୋନାରେ ଆକ୍ରାନ୍ତ ହୋଇ ୧୨ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ଗଞ୍ଜାମ, ଭୁବନେଶ୍ୱର, କେନ୍ଦୁଝର,କନ୍ଧମାଳରୁ ୨ ଜଣ ଲେଖାଏଁ, ବରଗଡ, ବାଲେଶ୍ୱର,ଗଜପତି ଏବଂ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।ଆଜି ଗଞ୍ଜାମରୁ ୪୮ ଏବଂ ୫୯ ବର୍ଷୀୟ ଦୁଇ ପୁରୁଷ, ଭୁବନେଶ୍ୱରରୁ ୬୦ ଏବଂ ୬୭ ବର୍ଷୀୟ ୨ ବୃଦ୍ଧ, କନ୍ଧମ।।ଳର ୫୫ ଏବଂ ୬୦ ବର୍ଷୀୟ ଦୁଇ ପୁରୁଷ, କେନ୍ଦୁଝରରୁ ୬୦ ଏବଂ ୭୯ ବର୍ଷୀୟ ୨ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି । ଏହା ସହିତ ବାଲେଶ୍ୱରରୁ ଜଣେ ୬୭ ବର୍ଷୀୟ ବୃଦ୍ଧ, ଗଜପତିର ଜଣେ ପୁରୁଷ(୫୯), ସୁନ୍ଦରଗଡର ଜଣେ ମହିଳା(୫୫) ଏବଂ ବରଗଡର ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଏବେ ମୋଟ ମୃତ୍ୟୁସଂଖ୍ୟା ୨୫୯କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ କରୋନାରେ ଆକ୍ରାନ୍ତ ହୋଇ ଅନ୍ୟ ରୋଗରେ ପୀଡିତ ଭୁବନେଶ୍ୱରର ଜଣେ ୭୧ ବର୍ଷୀୟ ବୃଦ୍ଧା, ବାଲେଶ୍ୱରର ଜମେ ୫୫ ବର୍ଷୀୟ ମହିଳା ଏବଂ ମୟୁରଭଞ୍ଜର ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ତେଣୁ ଏମାନଙ୍କ ମୃତ୍ୟୁକୁ କରୋନା ଜନିତ ଧରାଯିବ ନାହିଁ । ଏବେ ସୁଦ୍ଧା କରୋନା ସହିତ ଅନ୍ୟ କାରଣରୁ ୪୮ ଜଣ ଲୋକ ମୃତ୍ୟୁବରଣ କଲେଣି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here