Spread the love

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଶୁକ୍ରବାର ଚିହ୍ନଟ ହୋଇଛନ୍ତି ୧୨୬ କରୋନା ସଂକ୍ରମିତ । ସେମାନଙ୍କ ମଧ୍ୟରୁ ୭୭ ଜଣ ସଙ୍ଗରୋଧ କେନ୍ଦ୍ର ଓ ୪୯ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି । ନୂଆପଲ୍ଲୀ, ଡୁମୁଡୁମା, ଚନ୍ଦ୍ରଶେଖରପୁର, ୟୁନିଟ-୮ ଓ୯, ବରମୁଣ୍ଡା, ସାଲିଆସାହି, ଜାଗମରା, ଆଚାର୍ଯ୍ୟ ବିହାର, ସିଆରପିଏଫ କ୍ୟାମ୍ପସ ପ୍ରଭୃତି ଅଞ୍ଚରୁ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଘରୋଇ ଡାକ୍ତରଖାନାର କର୍ମଚାରୀ, ଅର୍ଦ୍ଧ ସାମରିକ ବାହିନୀ ସଦସ୍ୟ ଓ ରୋଳବାଇ କର୍ମଚାରୀ ଅନ୍ତର୍ଭୁକ୍ତ ।

LEAVE A REPLY

Please enter your comment!
Please enter your name here