Spread the love

ନୂଆଦିଲ୍ଲୀ
ଭାରତରେ କରୋନା ସଂକ୍ରମଣ କିବାର ନାଁ ଧରୁନି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୯୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ୯୦୧୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ମୋଟ ମୃତ୍ୟୁସଂଖ୍ୟା ୮୨୦୬୬ରେ ଏବଂ ସଂକ୍ରମିତଙ୍କ ସଂଖ୍ୟା ୫୦୨୦୩୬୦ରେ ପହଞ୍ଚିଛି । ଏବେ ମୃତ୍ୟୁ ହାର ୧.୬୩ ପ୍ରତିଶତ ରହିଛି । ବର୍ତ୍ତମାନ ୯୯୫୯୩୩ଟି(୧୯.୮୪ ପ୍ରତିଶତ) ମାମଲା ସକ୍ରିୟ ଥିବାବେଳେ ୩୯୪୨୩୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁସ୍ଥତା ହାର ୭୮.୫୩ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୮୨୯୬୧ ରୋଗୀ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here