Spread the love

ଭୁବନେଶ୍ୱର
ସମୟ ସହ ତାଳ ଦେଇ ବଢି ଚାଲିଛି କରୋନା ସଂକ୍ରମଣ । ଏହା କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୮ଟି ଜିଲ୍ଲାରୁ ୧୩୩୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୫୨୨ ଜଣ ସ୍ଥାନୀୟ ସଂକ୍ରମିତ ସାମିଲ ଅଛନ୍ତି । ଏହା ସହିତ ୮୧୫ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୧୮ରେ ପହଞ୍ଚିଛି । ବର୍ତ୍ତମାନ ୧୪୨୬୭ଟି ମାମଲା ସକ୍ରିୟ ଥିବାବେଳେ ୨୪୪୮୨ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଆଜି ଗଞ୍ଜାମରୁ ସବୁଠାରୁ ଅଧିକ ୨୦୧ ଜଣ, ଖୋର୍ଧାରୁ ୧୯୬ଜଣ ଏବଂ କଟକରୁ ୧୬୮ଜଣ, ଅନୁଗୁଳରୁ ୪ ଜଣ, ବାଲେଶ୍ୱରରୁ ୩୧, ବରଗଡରୁ ୧୪, ଭଦ୍ରକରୁ ୨୨, ବଲାଙ୍ଗୀରରୁ ୧୧, ବୌଦ୍ଧରୁ ଜଣେ, ଢେଙ୍କାନାଳରୁ ୫, ଗଜପତିରୁ ୭୫, ଜଗତସିଂହପୁରରୁ ୨୧, ଯାଜପୁରରୁ ୨୪, ଝାରସୁଗୁଡାରୁ ୧୦, କଳାହାଣ୍ଡିର ୧୩, କନ୍ଧମାଳରୁ ୨୦, କେନ୍ଦ୍ରାପଡାରୁ ୩୭, କେନ୍ଦୁଝରରୁ ୮୦, କୋରାପୁଟରୁ ୩୧, ମାଲକାନଗିରିରୁ ୩୮, ମୟୁରଭଞ୍ଜରୁ ୧୫, ନବରଙ୍ଗପୁରରୁ ୭, ନୟାଗଡରୁ ୬୦, ପୁରୀରୁ ୭୩, ରାୟଗଡାରୁ ୨୨, ସମ୍ବଲପୁରରେ ୭୨, ସୋନପୁରରୁ ୩, ସୁନ୍ଦରଗଡରୁ ୮୩ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here