Spread the love

ଭୁବନେଶ୍ୱର
ଆଜି ରାଜ୍ୟରୁ ୧୩୪୧ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୫୨୩ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ସେହିପରି ୮୧୮ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୭୯୬ରେ ପହଞ୍ଚି ଯାଇଥିବାବେଳେ ୩୩୦୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ୧୫୪୨୭ଟି ମାମଲା ସକ୍ରିୟ ରହିଛି । ଆଜି ଅନୁଗୁଳରୁ ୪, ବାଲେଶ୍ୱରରୁ ୫୪, ବରଗଡରୁ ୫୬, ଭଦ୍ରକରୁ ୮୩, ବଲାଙ୍ଗୀରରୁ ୨୭, ବୌଦ୍ଧରୁ ୧୦, କଟକରୁ ୭୬, ଢେଙ୍କାନାଳରୁ ୧୪, ଗଜପତିରୁ ୨୦, ଗଞ୍ଜାମରୁ ୨୨୭, ଜଗତସିଂହପୁରରୁ ୧୬, ଯାଜପୁରରୁ ୧୫, ଝାରସୁଗୁଡାରୁ ୬୭, କଳାହାଣ୍ଡିରୁ ୨୫, କନ୍ଧମାଳରୁ ୧୬,କେନ୍ଦ୍ରାପଡାରୁ ୨୭, କେନ୍ଦୁଝରରୁ ୨୩, ଖୋର୍ଧାରୁ ୨୧୮, କୋରାପୁଟରୁ ୪୫, ମାଲକାନଗିରିରୁ ୧୭, ମୟୁରଭଞ୍ଜରୁ ୯, ନବରଙ୍ଗପୁରରୁ ୬, ନୟାଗଡରୁ ୫୭, ନୂଆପଡାରୁ ୭, ପୁରୀରୁ ୧୬, ରାୟଗଡାରୁ ୭୫, ସମ୍ବଲପୁରରୁ ୨୬, ସୋନପୁରରୁ ୧୪, ସୁନ୍ଦରଗଡରୁ ୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here