Spread the love

ଭୁବନେଶ୍ୱର : ରାଜ୍ୟରେ ସୋମବାର ସକାଳୁ ୧୩୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ରୋଗୀମାନଙ୍କ ମଧ୍ୟରୁ ୧୨୫ ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥବା ବେଳେ ଅନ୍ୟ ୧୩ ଜଣ ରୋଗୀ ସ୍ଥାନୀୟ ଲୋକଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ରାଜ୍ୟ ସରକାରଙ୍କ ସୂଚନା ବିଭାଗ ପକ୍ଷରୁ କୁହାଯାଇଛି ।
ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାର ୧୩ ଜଣ , ନୟାଗଡ଼ର ୩, ଯାଜପୁରରୁ ୬, ରାୟଗଡ଼ାରୁ ୧, ମୟୁରଭଞ୍ଜରୁ ୬ ଢ଼େଙ୍କାନାଳରୁ ୩, କଟକରୁ ୧୫, କଳାହାଣ୍ଡିରୁ ୨, କେନ୍ଦୁଝରରୁ ୧୦ଜଣ , କନ୍ଧମାଳରୁ ୧୦, ଭଦ୍ରକରୁ ୧୧, ଗଞ୍ଜାମରୁ ୩୩, ସମ୍ବଲପୁରରୁ ୧, ବଲାଙ୍ଗିରରୁ ୧, ସୁନ୍ଦରଗଡ଼ରୁ ୧୨ , ନୂଆପଦାରୁ ୩, ପୁରୀରୁ ୭ ଓ କେନ୍ଦ୍ରାପଡ଼ାରୁ ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪ରେ ପହଞ୍ଚିଛି । ଚିକିତ୍ସା ପରେ ଏଯାବତ ୧୮୯୪ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୯ଜଣଙ୍କର ମୃତ୍ୟୁ ଘଟିଛି । ସଂପ୍ରତି କୋଭିଡ଼ ଡାକ୍ତରଖାନା ଗୁଡ଼ିକରେ ମୋଟ ୧୦୮୯ ଜଣ ଚିକିତ୍ସିତ ହେଉଛନ୍ତି । ସ୍ଥାନୀୟ ଭାବେ ଚିହ୍ନଟ ହୋଇଥିବା ୧୩ଜଣଙ୍କ ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହେଉଥିବା ରୋଗୀଙ୍କୁ ନେଇ ସାଧାରଣରେ ସେପରି କିଛି ଭୟ ସୃଷ୍ଟି ହେଉ ନଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ପ୍ରତିଦିନ ଅଧିକରୁ ଅଧିକ ରୋଗୀ ବାହାରୁ ଥିବାରୁ ସାଧାରଣରେ ତାହା ଭୟର ବାତାବରଣ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here